ରାଜଧାନୀରେ ପୁଣି ପଲସର ଆତଙ୍କ, ଭୋରରୁ ଷ୍ଟେସନ ଯାଉଥିବା ଭାଇ-ଭଉଣୀଙ୍କୁ ଆକ୍ରମଣ କରି ଲୁଟ୍

Published By : Prameya-News7 Bureau | June 26, 2019 IST

ଭୁବନେଶ୍ବର ୨୬|୬: ରାଜଧାନୀରେ ପୁଣି ପଲସର ଆତଙ୍କ । ଭାଇ-ଭଉଣୀଙ୍କୁ ଆକ୍ରମଣ କରି ସୁନା ଓ ମୋବାଇଲ୍ ଲୁଟିନେଲେ ଦୁର୍ବୃତ୍ତ । ପଳାସପଲି କାର୍ଗିଲ ରୋଡ୍ ରେ  ଯାଉଥିବା ବେଳେ ସେମାନଙ୍କ ନିକଟରୁ ଲୁଟ୍ ହୋଇଛି । ଦୁଇ ଭାଇ ଭଉଣୀ ପୋଖରିପୁଟରୁ ସ୍କୁଟି ଯୋଗେ ଷ୍ଟେସନ ଯାଉଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ହେଲେ ଭାଇ ଦିବେଶ ସାହୁ  ଓ ଭଉଣୀ  ସୁଭଦ୍ରା ପାତ୍ର । ସେମାନଙ୍କ ନିକଟରୁ ମଙ୍ଗଳସୂତ୍ର ଓ ମୋବାଇଲ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.