ଉର୍ଦ୍ଦୁ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ଖଣ୍ଡା ଚୋଟରେ କଟିଗଲା ଶିକ୍ଷକଙ୍କ ହାତ ପାପୁଲି, ଦୁଇ ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | August 08, 2019 IST

ବାଲେଶ୍ବର ୮|୮: ଶିକ୍ଷକଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଆକ୍ରମଣକାରୀ ।  ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":142157}

ଆଜି ସକାଳ ୧୦ଟା ସମୟରେ ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଖୁସାଲିଗଞ୍ଜ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ସ୍କୁଲର ଉର୍ଦ୍ଦୁ ଶିକ୍ଷକଙ୍କୁ ଦୁଇ ଜଣ ଯୁବକ ଆକ୍ରମଣ କରି ଫେରର ହୋଇ ଯାଇଛନ୍ତି । ଶିକ୍ଷକଙ୍କୁ ଗୁରୁତର ଅବସ୍ଥରେ ବଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖୁସାଲିଗଞ୍ଜ ପ୍ରାଥମିକ ବିଦ୍ୟାଳୟର ଉର୍ଦ୍ଦୁ ଶିକ୍ଷକ ସେକ୍ ଗୁଲାମ ସାଦ୍ଦିକ ଆଜି ତାଙ୍କ ସୁନହଟ ଘରୁ ବାହାରି ଗାଡ଼ିରେ ସ୍କୁଲକୁ ଯାଇଥିଲେ । ଦୁଇ ଜଣ ଯୁବକ ତାଙ୍କୁ ପିଛା କରୁଥିବା ସେ ଜାଣିବାକୁ ପାଇଥିଲେ ।

{"id":142156}

ସାଦ୍ଦିକ ସ୍କୁଲ ନିକଟରେ ପହଁଚି ଗାଡିରୁ ଓହ୍ଲାଇବା ମାତ୍ରେ ଯୁବକ ଦୁଇ ଜଣ ପାଖରେ ରଖିଥିବା ବ୍ୟାଗରୁ ଗୋଟାଏ ବଡ଼ ଖଣ୍ଡା ବାହାରକରି ତାଙ୍କ ଉପରେ ଆକ୍ରମଣ କରିଥିଲେ । ସାଦ୍ଦିକ ହେଲମେଟ ପିନ୍ଧିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ହେଲେ ଆକ୍ରମଣରେ ତାଙ୍କ ଡାହାଣ ହାତ ପାପୁଲି ପୁରାପୁରି କଟି ଯାଇଛି । ସ୍କୁଲ ଆଗରେ ଚିତ୍କାର ଶୁଣି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାହାରକୁ ବାହାରି ଆସି ଉର୍ଦ୍ଦୁ ଶିକ୍ଷକ ରକ୍ତାକ୍ତ ହୋଇଥିବା ଦେଖିବାକୁ ପାଇଥିଲେ । ତାଙ୍କୁ  ଚିକିତ୍ସା ପାଇଁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜମିଜମା ବିବାଦରୁ ଏଭଳି ଆକ୍ରମଣ କରାଯାଇଥିବା ସାଦ୍ଦିକ ସନ୍ଦେହ କରୁଛନ୍ତି । ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ରେମୁଣା ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.