ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଗଭୀର ଆଘାତ

Published By : Prameya-News7 Bureau | December 12, 2020 IST

ପୁରୀ ୧୨।୧୨: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ବାସେଳୀ ସାହି ଥାନା ବାଲିସ୍କୁଲ ନିକଟରେ ଆକ୍ରମଣ ହୋଇଛି । ଗୁରୁତର ଯୁବକ ଜଗନ୍ନାଥ ବସ୍ତି ପଞ୍ଚମୁଖି ବିହାର ଅଞ୍ଚଳର ଗଣେଶ ପ୍ରଧାନ । ଗଣେଶଙ୍କ ମୁଣ୍ଡ, ବାମ ହାତ, ବେକ ଓ କାନରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.