Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ବାପା ଓ ପୁଅକୁ ଛୁରାମାଡ : ଘଟଣାସ୍ଥଳରେ ପୁଅ ମୃତ, ବାପା ମେଡିକାଲରେ ଭର୍ତ୍ତି

6/10/2019 at 9:41 AM

କୋଣାର୍କ ୬।୧୦: ବାପା ଓ ପୁଅକୁ ଛୁରୀ ମାଡ କଲେ ଅଭିଯୁକ୍ତ । ଅସ୍ତରଙ୍ଗ ଆଳସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୁଅ ଦିଲ୍ଲୀପ ସ୍ବାଇଁଙ୍କର ମୃତ୍ୟୁ ହୋଇଛି । ବାପା ସାଧୁ ସ୍ବାଇଁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଅସ୍ତରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । କାର୍ ଓ ଛୁରୀ ଜବତ ହୋଇଛି । ଉତ୍ତ୍ୟକ୍ତ ଲୋକେ କାକଟପୁର-ଅସ୍ତରଙ୍ଗ ରାସ୍ତାରେ ଟାୟାର ଜାଳି ଅବରୋଧ କରଛନ୍ତି । ତୁରନ୍ତ ଅଭିଯୁକମାନଙ୍କୁ ଧରିବା ପାଇଁ ଦାବି ହୋଇଛି ।

ସୂଚନାଯୋଗ୍ୟ ଯେ, ଅସ୍ତରଂଗ ବ୍ଲକ୍ ଝଲିଗି ଗ୍ରାମର ମୁନା ବିଶ୍ବାଳ ଓ ତାର ଚାରି ସହଯୋଗୀ ଏକ କାର ଯୋଗେ ଅସ୍ତରଙ୍ଗ ଅଲଂଗପୁର ପଂଚାୟତ ଆଳସାହିରେ ଡ୍ରଗ୍ସ ଖାଇବାକୁ ଯାଇଥିଲେ । ଏତେ ଜଣଙ୍କୁ ରାତିରେ ଦେଖି ସାଧୁ ସ୍ବାଇଁ ମୁନାକୁ ଅଟକାଇଥିଲେ । ପରେ ଉଭୟଙ୍କ ଭିତରେ ବଚସା ହୋଇଥିଲା । ପୁଅ ଦିଲୀପ ସ୍ବାଇଁ ଘାଟଣାସ୍ଥଳରେ ପହଞ୍ଚିବାରୁ ପାଟିତୁଣ୍ଡ ବଢ଼ିଥିଲା ।

ମୁନା ଓ ତାର ସହଯୋଗୀ କାରରୁ ଭୁଜାଲି କାଢି ଦିଲ୍ଲୀପ ଛାତିରେ ମାରିଥିଲେ । ବାପା ସାମ୍ନାରେ ପୁଅକୁ ମାରି ବାପା ସାଧୁଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିଥିଲେ । ଗ୍ରାମବାସୀ ଆସିଯିବାରୁ ଅଭିଯୁକ୍ତମାନେ କାର୍ ଛାଡି ସେଠାରୁ ପଳାଇଥିଲେ । ଘଟଣାସ୍ଥଳରେ ପୁଅ ଦିଲ୍ଲୀପର ମୃତ୍ୟୁ ହୋଇଥିବାବେଳେ ସାଧୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

   Related Posts