Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଥାନାରେ ପଶି ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ

4/03/2019 at 8:23 AM

ଭୁବନେଶ୍ବର ୪|୩ : ଥାନାରେ ପଶି ଆକ୍ରମଣ । ବିଳମ୍ବିତ ରାତିରେ ଭୁବନେଶ୍ବର ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ପୋଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୋଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଛି। ଏଥିରେ ଆଇଆଇସି ବିରଞ୍ଚି ପତି ଓ ଏଏସ୍ ଆଇ ଏମ୍ ସିଏଚ୍ ମୁର୍ମୁଙ୍କ ସମେତ ୪ ପୁଲିସ ଗୁରୁତର ଆହତ ହୋଇଛନ୍ତି।

ଖାଲି ସେତିକି ନୁହେଁ, ୮ରୁ ୧୦ଜଣ ଦୁର୍ବୃତ୍ତ ଥାନାରେ  ଲଙ୍କାକାଣ୍ଡ ଭିଆଇଛନ୍ତି । ସ୍ଥିତି ଏପରି ହୋଇଥିଲା ଯେ, ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଖଣ୍ଡଯୁଦ୍ଧ ଲାଗିଥିଲା। ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍ , ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର୍ କରିଦେଇଛନ୍ତି। ପ୍ରାୟ ଅଧଘଣ୍ଟା କାଳ ଥାନା ଭିତରକୁ ଢେଲା ପଥର ମାଡ଼ କରିଥିଲେ । ପୋଲିସକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଖସି ଯାଉଥିବା ବେଳେ ୬ଜଣଙ୍କୁ ଅଟକ ରଖିଛି ପୋଲିସ । ଏହାପରେ ଉଭୟ ପକ୍ଷର ଶତାଧିକ ଯୁବକ ସହିଦନଗର ଥାନା ଘେରାଉ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତି ଅଣାୟତ୍ତ ହେବାରୁ ଥାନାରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

   Related Posts