ଦିବ୍ୟାଙ୍ଗ ବୁଦ୍ଧାଙ୍କୁ ଲହୁଲୁହାଣ କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 04, 2021 IST

କୋଣାର୍କ ୪।୭: କାକଟପୁର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମରେ ଏକ ଅମାନୁଷିକ ଏବଂ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଦିବ୍ୟାଙ୍ଗ ବୁଦ୍ଧାଙ୍କୁ କେହି ଜଣେ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ରାସ୍ତାରେ ଫୋପାଡି ଚାଲି ଯାଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ହେବ ଏକ ଅଜଣା ଦିବ୍ୟାଙ୍ଗ ବୁଦ୍ଧା ଓସ୍ତପୁର ଗ୍ରାମରେ ମାଗିଯାଚି ଖାଇ ଜୀବନ ବିତାଉଥିଲେ । କିନ୍ତୁ ବୃଦ୍ଧା ଜଣଙ୍କ ଗ୍ରାମର ମୁଖ୍ୟ ରାସ୍ତାରେ ପଡି ଛଟପଟ ହେଉଥିବାର ଗ୍ରାମର କିଛି ଯୁବକ ଦେଖି ପ୍ରଥମେ ଚାରିଛକ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବେନେଶ୍ବର ସ୍ଥାନାନ୍ତର କରାଯାଇଛି ।

ସେପଟେ ଏପରି ଏକ ଘଟଣାକୁ ନେଇ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇଥିଲେ । ପରେ କାକଟପୁର ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୋଷୀକୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିଏ ସେ ଦୁର୍ବୃତ୍ତ କେଉଁଥିପାଇଁ ଏପରି ଘଟଣା ଘଟାଇଛି ତଦନ୍ତ ପରେ ସୂଚନା ଦିଆଯିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.