ଲୁଟ୍ ପାଇଁ ଆସିଥିଲେ, ଧରାପଡିବା ଭୟରେ ମାରିଲେ ନିସ୍ତୁକ ମାଡ଼ : ଗୁରୁତର ଅବସ୍ଥାରେ ବୃଦ୍ଧା ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 10, 2020 IST

ଭଦ୍ରକ ୧୦।୦୯:  ଦୋକାନ ଲୁଟିବା ପାଇଁ ଆସିଥିଲେ , ୩ରୁ ଅଧିକ ଦୋକାନ ତାଲା ଭାଙ୍ଗି ଲୁଟ କରୁଥିଲେ । କିନ୍ତୁ ଏହି ସମୟରେ ନିକଟରେ ଥିବା ଘରେ ଲାଇଟ ଜଳୁଥିବାର ଦେଖି , ସେହି ଘରେ ରହୁଥିବା ବୃଦ୍ଧାଙ୍କୁ କବାଟ ଖୋଲିବା ପାଇଁ କହିଥିଲେ ଦୁର୍ବୃତ୍ତ । ବୃଦ୍ଧା କବାଟ ନଖୋଲିବାରୁ କବାଟକୁ ଭାଙ୍ଗି ଘରେ ପଶିଥିଲେ , ଏବଂ ବୃଦ୍ଧାଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ବଜାର ନିକଟରେ ଘଟିଛି ଘଟଣା ।

ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ବାରିକପୁର ବଜାରର ଦୋକାନ ଲୁଟ ଉଦ୍ଦେଶ୍ୟରେ ଆସିଥିଲେ ।  କେତେକ ଦୋକାନର ସଟର ଭାଙ୍ଗି ଲୁଟ କରିବା ସହ କେତେକ ଦୋକାନର ସ୍କାଏ ଲାଇଟ ଭାଙ୍ଗି ଲୁଟ୍ ମଧ୍ୟ କରିଛନ୍ତି । ତେବେ ନିକଟରେ ଥିବା ଏକ ଘରେ କେହି ରହୁଥିବା ଜାଣିବା ପରେ ଦୁର୍ବୃତ୍ତ ମାନେ ଘରକୁ ଯାଇ କବାଟ ଖୋଲିବା ପାଇଁ କହିଥିଲେ , କିନ୍ତୁ ବୃଦ୍ଧା କବାଟ ଖୋଲିବା ପାଇଁ ମନା କରିବାରୁ ସେମାନେ କବାଟ ତାଡି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ବୃଦ୍ଧା ଜଣକ ଜୀବନ ବିକଳରେ ଯାଏ ନିକଟରେ ଥିବା ଏକ ବୁଦାରେ ଲୁଚି ଯାଇଥିଲେ । ଦୁର୍ବୁତ୍ତମାନେ ଫେରାର ହେବା ପରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଛନ୍ତି । ବୃଦ୍ଧାଙ୍କ ମୁଣ୍ଡ , ହାତ ଆଦିରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.