କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା, ଶୋଇଥିବାବେଳେ ଜଣଙ୍କୁ ଆକ୍ରମଣ କଲେ ୧୦ ଯୁବକ

Published By : Prameya-News7 Bureau | April 26, 2019 IST

କୃଷ୍ଣପ୍ରସାଦ ୨୬|୪: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ର ଅଲଣ୍ଡା-ଯମୁନା ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯମୁନା ଗାଁରେ ଜଣଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଯମୁନା ଗାଁର ବେଣୁଧର ସାହୁ ସାହୁ ତାଙ୍କ କୁକୁଡ଼ା ଫାର୍ମରେ ଶୋଇଥିବା ସମୟରେ  ହଠାତ୍ ୧୦ଜଣ ଯୁବକ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଅତର୍କିତ ଆକ୍ରମଣ କରିଥିଲେ । ଏନେଇ ସେ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି । ନିର୍ବାଚନର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ବେଣୁଧର ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏ ନେଇ କୃଷ୍ଣପ୍ରସାଦ ଥାନାରେ ୧୦ଜଣଙ୍କ ନାମରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ କୃଷ୍ଣପ୍ରସାଦ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.