ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା

Published By : Prameya-News7 Bureau | January 28, 2022 IST

ସୋର ୨୮।୧: ସରକାରୀ ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ସୋର ବରଫକଳ ଛକ ନିକଟରେ ଥିବା ସରକାରୀ ଦେଶୀ ମଦ ଦୋକାନରେ କିଛି ଦୁର୍ବୃତ୍ତ ପଶି ମଦ ଦୋକାନ କର୍ମଚାରୀ ରଞ୍ଜିତ ଦାସଙ୍କୁ ତେଲଙ୍ଗା କଟୁରୀରେ ଆକ୍ରମଣ କରିଥିଲେ । ତାଙ୍କଠାରୁ ୭୦ହଜାର ଟଙ୍କା ଓ ମୋବାଇଲ ଛଡାଇ ନେବା ସହ ଦୋକାନରେ ଭଙ୍ଗାରୁଜା କରି ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକ ଗୁରୁତର ଆହତ କର୍ମଚାରୀ ଜଣଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । କର୍ମଚାରୀ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଛାନଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.