Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଆଣିଲେ ଅଭିଯୋଗ

28/04/2019 at 12:58 PM

ଭଦ୍ରକ ୨୮|୪: କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ସହରର ବନ୍ତ ଛକରେ ଆକ୍ରମଣ ହୋଇଛି । ଆକ୍ରମଣ ଫଳରେ ତାଙ୍କ ଗାଡି ଭାଙ୍ଗିରୁଜି ଯାଇଛି । ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ସମର୍ଥକମାନେ ଏହି ଆକ୍ରମଣ କରିଥିବା ଆର୍ଯ୍ୟ ଅଭିଯୋଗ କରିଛନ୍ତି ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ  ନିର୍ବ।ଚନ ମଣ୍ଡଳିରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି । ଆର୍ଯ୍ୟ ଜ୍ଞାନେନ୍ଦ୍ର ତାଙ୍କ ପ୍ରତିନିଧି ଭାବେ କାମ କରୁଛନ୍ତି । ସେଥିପାଇଁ ସେଠାକାର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ ସାମଲ ଗୁଣ୍ଡାରାଜ ଚଳାଇ ପ୍ରତିଦ୍ବନ୍ଦ୍ବିଙ୍କୁ ହଟାଇବେ ବୋଲି ଆର୍ଯ୍ୟ ଅଭିଯୋଗ କରିଛନ୍ତି । 

   Related Posts