Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିର୍ବାଚନୀ ହିଂସା : ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

26/04/2019 at 9:32 AM

କୋଣାର୍କ ୨୬|୪: କାକଟପୁରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଓ ତାଙ୍କ ସମର୍ଥକଙ୍କୁ ଶ୍ରୀରାମପୁର ଗ୍ରାମବାସୀ ଆକ୍ରମଣ କରିଛନ୍ତି । ରାଲି କରି ସମର୍ଥକଙ୍କ ସହ ରବି ମଲ୍ଲିକ ଫେରୁଥିବା ବେଳେ ଗ୍ରାମବାସୀ ଆକ୍ରମଣ କରିଥିଲେ । କାକଟପୁର ପୋଲିସ ଓ ଫ୍ଲାଇଙ୍ଗ ସ୍କ୍ବାଡ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏନେଇ କାକଟପୁର ଥାନାରେ ଏତଲା ଦିଆଯାଇଛି । ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

   Related Posts