ଛୁରା ମାଡ କରି ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 14, 2019 IST

ବୌଦ୍ଧ ୧୪|୭: ବୌଦ୍ଧ ଷ୍ଟାଡିୟମଠାରେ ଚାଲିଥିବା ମୀନାବଜାର ମାଲିକଙ୍କ ଭାଇ ଅବଦୁଲ ମହସୀନ ଖାନଙ୍କୁ ଦୁର୍ବୃତ୍ତମାନେ ଛୁରା ମାଡ କରି ୬୦ ହଜାର ଟଙ୍କା ଲୁଟ୍ କରିନେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ମୀନାବଜାରର ହିସାବ ସାରି ଘରକୁ ଫେରିବା ସମୟରେ ଷ୍ଟାଡିୟମ ପଡିଆ ସାମ୍ନାରେ କିଛି ଯୁବକ ତାଙ୍କୁ ପଛପଟୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏକ ଭୁଜାଲିରେ ତାଙ୍କ ପେଟକୁ ଆକ୍ରମଣ କରିବା ସହିତ ପାଖରେ ଥିବା ନଗଦ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାକୁ ନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.