ସାଲେପୁରରେ ମୂର୍ତ୍ତି ଚୋର ସକ୍ରିୟ, ବିଳମ୍ବିତ ରାତିରେ ଗ୍ରାମଦେବତୀଙ୍କ ମୂର୍ତ୍ତି ଉଠାଇନେଲେ ଦୁର୍ବୃତ୍ତ

Published By : Prameya-News7 Bureau | June 24, 2021 IST

ସାଲେପୁର ୨୪।୬: ସାଲେପୁର ଥାନା ଅଞ୍ଚଳରେ ମୂର୍ତ୍ତି ଚୋର ସକ୍ରିୟ। ମନ୍ଦିରରୁ ବିଳମ୍ବିତ ରାତିରେ ଗ୍ରାମ ଦେବତୀ ମୂର୍ତ୍ତି ଚୋରୀ କରିଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡି ଅନ୍ତର୍ଗତ ଓଡାସିଂ ଗ୍ରାମ ଚଣ୍ଡୀ ମନ୍ଦିରରେ।  

{"id":470485,"sizeSlug":"large","linkDestination":"none"}

ଗ୍ରାମ ଦେବତୀ ମନ୍ଦିରରୁ ବହୁ ପୁରାତନ ଓ ବହୁ ମୂଲ୍ୟବାନ ପଥରର ଚଣ୍ଡୀ ମୂର୍ତ୍ତି ଚୋରୀ ଅଭିଯୋଗ ହୋଇଛି । ଓଡାସିଂର ପ୍ରଦୀପ୍ତ କିଶୋର ପଣ୍ଡା ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଜପକୁଦ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଚୋରମାନଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.