Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ପଷ୍ଟ ଦିବାଲୋକରେ ଘରେ ପଶି ସୁନା ବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା

3/09/2018 at 4:15 PM

ଢେଙ୍କାନାଳ ୩/୯ : ଢେଙ୍କାନାଳରେ ଦିନ ଦ୍ବିପ୍ରହରରେ ଘରେ ପଶି ଜଣେ ସୁନା ବ୍ୟବସାୟୀଙ୍କୁ ଗଳା କାଟି ହତ୍ୟା କରିଛି ଜଣେ ଦୁର୍ବୁର୍ତ୍ତ | ଢେଙ୍କାନାଳ ମୀନ ବଜାର ସାହିରେ ଘଟିଛି ଘଟଣା | ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ରେ ଏକ ସୁନା ଦୋକାନ କରିଥିବା ମଣ୍ଟୁ ପାତ୍ର ମିନ ବଜାର ସାହିରେ ରୁହନ୍ତି | ଆଜି ଦିନ ୨.୩୦ ବେଳକୁ ମଧ୍ୟାହ୍ନ ଭୋଜନ କରିସାରି ଶୋଇବାକୁ ଯାଉଥିବା ବେଳେ କେହି ଅଜଣା ଦୁର୍ବୁତ୍ତ ଘରେ ପଶି ତାଙ୍କ ତଣ୍ଟି କାଟି ହତ୍ୟା କରିଛି | ଏହି ଘଟଣା ଘଟିବ ବେଳକୁ ଘରେ ମଣ୍ଟୁ ପାତ୍ରଙ୍କ ପୁଅ ଓ ପତ୍ନୀ ଥିଲେ ମଧ୍ୟ ସେମାନେ ଘରର ବାରି ପଟକୁ ଥିଲେ | ଶବ୍ଦ ଶୁଣି ଘର ଭିତରକୁ ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଣ୍ଟୁ ପାତ୍ର ପଡିଛନ୍ତି | ତୁରନ୍ତ ପୋଲିସକୁ ଖବର ଦିଆଯିବ ସହ ମଣ୍ଟୁଙ୍କୁ ହସ୍ପିଟାଲକୁ ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ହତ୍ୟାକାଣ୍ଡ ପଛର କାରଣ କ’ଣ ଓ ହତ୍ୟାକାରୀ କିଏ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ | ପୋଲିସ ଘଟଣାର ତଦନ୍ତ କରୁଛି | ତେବେ ଦିନ ଦ୍ବିପହରରେ ଏଭଳି ହତ୍ୟାକାଣ୍ଡ ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି |

   Related Posts