Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ କଲେ ଦୁର୍ବୃତ୍ତ, ୪ ଗିରଫ, ୨ ଫେରାର

25/04/2019 at 8:16 PM

ହୋଜାଇ (ଆସାମ) ୨୫।୪: ଏକ ଅପ୍ରାପ୍ତ ବୟସ୍କା କିଶୋରୀ ପ୍ରତି ଗଣ ଦୁଷ୍କର୍ମ ପରେ ଦୁର୍ବୃତ୍ତ ଦୁଷ୍କର୍ମ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣା ଆସାମ ହୋଜାଇ ଜିଲ୍ଲାରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ଜିଲ୍ଲାର ଦିଘଲଜାରୁଣୀ ଅଞ୍ଚଳରେ ଘଟିଥିବା ଏହି ଘଟଣାର ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏପର୍ଯ୍ୟନ୍ତ  ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୋଲାପ ହୁସେନ, ଦିଲଦାର ଅହମ୍ମଦ, ଫୈଜୁଲ ହକ୍ ଓ ଶାହିଦ ଅହମ୍ମଦ । ଆଉ୨ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଅବ୍ଦୁଲ ମତିନ ଓ ଅଲ୍ଲି ମୁଦ୍ଦିନ ଭାବେ ଚିହ୍ନଟ କରିଛି ।

ସୂଚନା ଅନୁସାରେ ଗତ ମଙ୍ଗଳବାର ନାବାଳିକା ଜଣକ ତାଙ୍କ ଭିଣୋଇଙ୍କ ସହ ଜଣେ ସମ୍ପର୍କିୟଙ୍କ ଘରକୁ ସାଇକେଲରେ ଭୋଜି ଖାଇବାକୁ ଯାଉଥିବା ୬ ଜଣ ଯୁବକ ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ।   ନାବାଳିକାଙ୍କ ଭିଣୋଇଙ୍କୁ ସେମାନେ ମାରପିଟ କରି ସହ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲକୁ ଉଠାଇନେଇ ସାମୂହିକ ଦୁଷ୍କର୍ମ କରିଥିଲେ।

ଏହି କାଣ୍ଡର ସେମାନେ ମୋବାଇଲ ଭିଡିଓ କରି ପରେ ସୋସିଆଲ ସାଇଟ୍ ରେ ଅପଲୋଡ କରିଛନ୍ତି ।   ଘଟଣା ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ମୋକଦ୍ଦମା ରୁଜୁ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣଙ୍କ ତଲାସ ଜାରି ରଖିଛି । ହୋଜାଇ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଛି । ଏଣୁ ଲୋକଙ୍କ ମଧ୍ୟରେ ଏହି ଘଟଣାକୁ ଅସନ୍ତୋଷ ଦେଖାଦେଇଛି ।   

   Related Posts