କଳା ପଲସର ଆତଙ୍କ : ଦିନ ଦ୍ବିପ୍ରହରରେ ଲୁଟିନେଲେ ୧୦ହଜାର ଟଙ୍କା, ଅଳ୍ପକେ ରହିଗଲା ୫୦ହଜାର

Published By : Prameya-News7 Bureau | January 05, 2021 IST

ନୂଆପଡା ୫।୧: ଦୀର୍ଘଦିନ ପରେ ନୂଆପଡା ଜିଲ୍ଲାରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି । ଘଟଣାଟି ସୋମବାରର ହୋଇଥିବା ବେଳେ ଆସି ସିସିଟିଭିରେ କଏଦ ହୋଇଥିବା ଲୁଟ୍ ର ଦୃଶ୍ୟ ଭାଇରାଲ୍ ହେବାପରେ ଲୋକଲୋଚନକୁ ଆସିଛି । ଯାହାକୁ ନେଇ ସିନାପାଲି ଅଞ୍ଚଳରେ ଭୟର ବାତାବରଣ ମଧ୍ୟ ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ସିନାପାଲି ଥାନା ଶାଗୁନଭାଡି ଗ୍ରାମର ବଂଶୀଧର ମସରା ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ସିନାପାଲି ଷ୍ଟେଟ ବ୍ୟାଙ୍କରୁ ୬୦ହଜାର ଟଙ୍କା ଉଠାଇଥିଲେ । ସିନାପାଲି ସ୍ଥିତ ଏକ ଦୋକାନରେ ବାଇକ ରଖି ଡିକିରେ ରଖିଥିବା ୬୦ ହଜାର ଭିତରୁ ୫୦ ହଜାର ଟଙ୍କା କାଢିଥିଲେ । ଦୋକାନୀଙ୍କୁ ସେଥିରୁ ୪୨ ହଜାର ଦେଇ ବାକି ୮ ହଜାରକୁ ନିଜ ପକେଟରେ ରଖିଥିଲେ । ହେଲେ ପୂର୍ବରୁ ପିଛା କରୁଥିବା ଲୁଟେରା ଡିକିରେ ଥିବା ୧୦ହଜାର ଟଙ୍କାକୁ ଧରି କଳା ପଲସର ଯୋଗେ ଫରାର ମାରିଥିଲା । ପରେ ଗାଡି ଡିକି ଖୋଲା ଥିବା ବ୍ୟକ୍ତି ଜଣଙ୍କ ଦେଖିବା ପରେ ୧୦ହଜାର ଟଙ୍କା ଆଉ ନଥିଲା । ପରେ ଦୋକାନୀଙ୍କ ସିସିଟିଭି ଦେଖିବା ପରେ ଜଣେ ଯୁବକ ଟଙ୍କା ନେଇ କଳା ପଲସରରେ ବସି ଫେରାର ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ସିନାପାଲି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.