ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଘରେ କେହିନଥିବାର ସୁଯୋଗ ନେଇ ୭ଲକ୍ଷ ଟଙ୍କାର କଳାକନା ବୁଲାଇଲେ ଦୁର୍ବୁର୍ତ୍ତ

24/08/2018 at 5:27 AM

ଜଟଣୀ ୨୪/୮ : ଘରେ କେହିନଥିବାର ସୁଯୋଗ ନେଇ କଳାକନା ବୁଲେଇଲେ ଲୁଟେରା | ଜଟଣୀ ମଧୁସୂଦନନଗର ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି | ଲୁଟ ହୋଇଥିବା ବ୍ୟକ୍ତିଙ୍କ ନାଁ ସମିରକାନ୍ତ ପ୍ରଧାନ | ଗତକାଲି ରାତିରେ ପୁରା ପରିବାର ଏକ ଉତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଥିଲେ | ଏହାର ସୁଯୋଗ ନେଇ ଲୁଟେରାମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ | ଘରୁ ସୁନା, ରୂପା, ନଗଦ ଟଙ୍କା ସହ ଇଲେକ୍ଟ୍ରୋନିକ ସାମଗ୍ରୀ ଲୁଟି ନେଇଥିଲେ | ପାଖାପାଖି ୭ଲକ୍ଷ ଟଙ୍କାର ଆସବାବପତ୍ର ଲୁଟ ହୋଇଛି | ଘରର ତାଲା ଭାଙ୍ଗି ଲୁଟ ହୋଇଥିବା ଆଜି ସକାଳେ ପଡିସା ଘର ଲୋକେ ଫୋନ ଯୋଗେ ସମିରକାନ୍ତ ପ୍ରଧାନଙ୍କୁ ଜଣାଇଥିଲେ | ଏହା ଶୁଣି ସମିରକାନ୍ତ ସଂଗେ ସଂଗେ ଘରକୁ ଆସିଥିଲେ | ଘଟଣାକୁ ନେଇ ସମିରକାନ୍ତ ଥାନାରେ ଏତଲା ଦେଇଛନ୍ତି | ପୋଲିସ ତଦନ୍ତ ଚଳାଇଛି |

   Related Posts