Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଘରେ ପଶି କଳାକନା ବୁଲାଇଲେ ଲୁଟେରା, ସିସିଟିଭିରେ କଏଦ ହୋଇଛି ଲୁଟେରାର ଛବି

7/02/2019 at 4:08 PM

ଜୟପୁର ୭|୧: ଜୟପୁରରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା । ଘରେ ଥିବା ସବୁ ସୁନା ଗହଣା ଓ ଟଙ୍କା ଲୁଟ୍ କରି ନେଇଯାଇଛନ୍ତି ଲୁଟେରା । ହେଲେ ଲୁଟ୍ ବେଳେ ଲୁଟେରାର ଚିତ୍ର କିନ୍ତୁ ପଡୋଶୀ ଘର ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଛି।

ସୂଚାନ ଅନୁସାରେ ଜୟପୁର ସୁରିଙ୍ଗା ସାହିରେ ଘଟିଛି ଘଟଣା । ପି.ସୁନୀତା ନାମକ ବିଧବା ମହିଳାଙ୍କ ଘରେ ପଶି ସୁନା ଗହଣା ସହ ଟଙ୍କା ଲୁଟ୍ କରିନେଇଯାଇଛନ୍ତି ଲୁଟେରା । ତେବେ ଲୁଟ୍ ବେଳେ ଲୁଟେରାର ଚିତ୍ର କିନ୍ତୁ ପଡୋଶୀ ଘର ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି । ସିସିଟିଭି ଭିଡିଓ ଆଧାରରେ ଲୁଟେରାକୁ ଚିହ୍ନଟ କରାଯାଇଛି ଓ ଖୁବ୍ ଶୀଘ୍ର ତାକୁ କାବୁ କରାଯିବ ବୋଲି କହିଛନ୍ତି ଜୟପୁର ଟାଉନ୍ ଥାନା ଅଧିକାରୀ ।

ଝିଅର ବିବାହ ପାଇଁ ଗରିବ ବିଧବା ମା ରଖିଥିଲେ ୪ ଭରି ସୁନା ଓ ୧୦ ହଜାର ଟଙ୍କା । ଆସନ୍ତା ୨୪ ତାରିଖରେ ଝିଅର ବାହାଘର ହୋଇଥାଆନ୍ତା । ହେଲେ ଏହା ପୂର୍ବରୁ ଘରେ କଳା କନା ବୁଲାଇଦେଲା ଲୁଟେରା।

   Related Posts