ଆରାଧ୍ୟ ଦେବୀ ମା ଦୁର୍ଗାଙ୍କ ମନ୍ଦିରରୁ ମୁକୁଟ ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

Published By : Prameya-News7 Bureau | December 25, 2018 IST

ଚାନ୍ଦବାଲି ୨୫/୧୨ : ଚାନ୍ଦବାଲିର ଆରାଧ୍ୟ ଦେବୀ ମା ଦୁର୍ଗାଙ୍କ ମନ୍ଦିରରୁ ଚୋରି | ଏବେ ଆନ୍ତଃରାଜ୍ୟ ଡ଼କାୟତଙ୍କ ଟାର୍ଗେଟରେ ଏଟିଏମ ଓ ମନ୍ଦିର | ଚାନ୍ଦବାଲିରେ ୨ ବର୍ଷ ମଧ୍ୟରେ ୬ ଟି ମନ୍ଦିରରୁ ଚୋରୀ ହୋଇଛି | ଆଜିପୁଣି ବିଳମ୍ଭିତ ରାତ୍ରୀରେ ଚାନ୍ଦବାଲିର ଆରଧ୍ୟା ଦେବୀ ମା ଦୁର୍ଗ।ଙ୍କ ମନ୍ଦିରରୁ ମାଙ୍କର ସୁନା, ରୁପା ଅଳଙ୍କାର ସହ ହୁଣ୍ଡି ବାକ୍ସରୁ ଲକ୍ଷାଧତ୍କ ଟଙ୍କା ଚୋରୀ ହୋଇଛି ।

{"id":66907}

ଲୁଟେରା ମାନେ ମାଙ୍କ ମନ୍ଦିରରୁ ଗ୍ରିଲ କାଟି ମାଙ୍କ ମନ୍ଦିର ପଛପଟ ଦ୍ବାରରେ ତାଲାକୁ କାଟି ଲୁଟିନେଇଥିବାର ସୂଚନା ମିଳିଛି । ଭୋର ୪ ଟାରେ ମନ୍ଦିର ପୂଜକ ପହଡ଼ ଖୋଲିବା ପୂବରୁ ଜଣାପଡିଥିଲା ଯେ ମନ୍ଦିରରେ ମାଙ୍କ ସମସ୍ତ ଅଳଙ୍କାର ଚୋରୀ ହୋଇଛି । ଏନେନି ପୂଜକ ମନ୍ଦିର ପରିଚାଳନା କମିଟିର କର୍ମକତ୍ତାଙ୍କୁ ଖବର ଦେବାପରେ ଘଟଣା ସ୍ଥଳକୁ ପୋଲିସ ଆସି ଅନୁସନ୍ଦାନା ଜାରୀ ରଖିଛି । ମନ୍ଦିର ନିକଟରୁ ଭଙ୍ଗ ଯାଇଥିବା ଦାନବକ୍ସ ମିଳିଛି | ଦାନବକ୍ସ ଜବତ କରି ପୋଲିସ ତଦନ୍ତ କରୁଛି |

{"id":66906}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.