Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ୱାସ୍ଥ୍ୟକେନ୍ଦ୍ରରେ ପଶି ଭଙ୍ଗାରୁଜା କରିବା ସହ କମ୍ପ୍ୟୁଟର ହାର୍ଡଡିସ୍କ ନେଇଗଲେ ଦୁର୍ବୁର୍ତ୍ତ

30/08/2018 at 3:09 AM

ବଡ଼ବିଲ ୩୦/୮ : ଚମ୍ପୁଆ ଥାନା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଭଙ୍ଗାରୁଜା କରିବା ସହ କମ୍ପ୍ୟୁଟର ହାର୍ଡଡିସ୍କ ନେଇଗଲେ ଅଜଣା ଦୁର୍ବୁର୍ତ୍ତ । ଗତକାଲି ବିଳମ୍ବିତ ରାତିରେ ଏପରି ଘଟିଥିବା ଚମ୍ପୁଆ ଥାନାରେ ଅଭିଯୋଗ ହୋଇଛି । ଆକାଉଣ୍ଟ ସେକସନର କମ୍ପ୍ୟୁଟର ଭାଙ୍ଗି ହାର୍ଡଡିସ୍କ ନେଇଯିବା ସହ ରୁମରେ ଥିବା ସମସ୍ତ କାଗଜପତ୍ରକୁ ଏଣେ ତଣେ ଫୋପାଡ଼ି ଦେଇଛନ୍ତି ଦୁର୍ବୁର୍ତ୍ତ । ସେହିପରି ମାଇନର ଓଟିର ବାହ୍ୟ କବାଟ ଓ ଭିତର କବାଟ ଭଙ୍ଗା ଦେଇଛନ୍ତି । ବ୍ଲକ ପ୍ରୋଗ୍ରାମ ମ୍ୟାନେଜମଂଟେ ୟୁନିଟ ସେକ୍ସନର କବାଟ ଭାଙ୍ଗି ବିଭିନ୍ନ କାଗଜପତକୁ ଏଣେ ତଣେ ଫୋପାଡି ଦିଆଯାଇଛିି । ଏସମସ୍ତ କକ୍ଷକୁ ପଶିବା ପାଇଁ ଥିବା ମୁଖ୍ୟ ଦ୍ୱାର କବାଟକୁ ଭଙ୍ଗା ଯାଇଛି । ଏ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧକ୍ଷକ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts