ସ୍ପଷ୍ଟ ଦିବାଲୋକରେ ଲୁଟ୍ ; ସିସିଟିଭିରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

Published By : Prameya-News7 Bureau | February 12, 2019 IST

ସାଲେପୁର ୧୨|୨:  ସାଲେପୁର ବଜାରରୁ ସ୍ପଷ୍ଟ ଦିବାଲୋକରେ ଲୁଟ୍ ହୋଇଛି । ମଟର ସାଇକେଲ ଡିକି ଭାଙ୍ଗି ଟଙ୍କା ଚୋରୀ କରି ନେଇଛନ୍ତି ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି । ତେବେ ଅଭିଯୁକ୍ତ ସମ୍ବନ୍ଧରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

{"id":84325}

ଗତକାଲି ହଲିମ ଖାଁ, ୟୁକୋ ବ୍ୟାଙ୍କରୁ ୧୨ ହଜାର ୫୦୦ଟଙ୍କା ଉଠାଇ ସାଲେପୁର ବଜାରକୁ ଔଷଧ କିଣିବାକୁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ବାଇକରେ ଆସି ସେହି ମଟର ସାଇକେଲ ପାଖରେ ଠିଆ ହୋଇଥିଲା । ଅନ୍ୟ ଜଣେ ଯୁବକ ସେହି ମଟର ସାଇକେଲର ଡିକି ଭାଙ୍ଗି ଟଙ୍କା ଲୁଟ୍ କରିବା ସହ ଫେରାର ହୋଇଯାଇଛି । ଏ ନେଇ ହଲିମ ଖାଁ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ଏ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ସାଲେପୁର ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.