ସାବଧାନ୍। ରାଜଧାନୀରେ ମାତିଛନ୍ତି ଲୁଟେରା। ନିଛାଟିଆ ରାସ୍ତାରେ ଆକ୍ରମଣ କରି ଲୁଟି ନେଉଛନ୍ତି ଟଙ୍କା, ମୋବାଇଲ୍, ଗହଣା ଆଉ ଏଟିଏମ କାର୍ଡ଼

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬|୧୧: ରାଜଧାନୀରେ ମାତିଛନ୍ତି ଲୁଟେରା । ଗଲା ୩ଦିନ ଭିତରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୮ଟି ଲୁଟ୍‌ ମାମଲା ରୁଜୁ ହୋଇଛି । ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା, ମୋବାଇଲ, ଗହଣା ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଘଟଣାଗୁଡ଼ିକର ତଦନ୍ତ କରିବା ସହ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ କହିଛି କମିଶନରେଟ୍‌ ପୋଲିସ । ସାବଧାନ୍‌ । ରାଜଧାନୀରେ ମାତିଛନ୍ତି ଲୁଟେରାନିଛାଟିଆ ରାସ୍ତାରେ ଆକ୍ରମଣ କରି ଲୁଟି ନେଉଛନ୍ତି ଟଙ୍କା, ମୋବାଇଲ୍‌, ଗହଣା ଆଉ ଏଟିଏମ କାର୍ଡ଼ଗୋଟେ ଦିନରେ ଖୋଦ୍‌ ରାଜଧାନୀରେ ଏକାଧିକ ଲୁଟ୍‌ ଘଟଣା କମିଶନରେଟ୍‌ ପୋଲିସର ନିଦ ହଜାଇ ଦେଇଛିଗଲା ୩ଦିନ ଭିତରେ ଭୁବନେଶ୍ବରର ବିଭିନ୍ନ ଥାନାରେ ରୁଜୁ ହୋଇଛି ୮ ଲୁଟ୍‌ ମାମଲା । ଗଲା ଶନିବାର ଖଣ୍ଡଗିରି ଥାନା ଅଧୀନରେ ଘଟିଛି ତିନି ତିନିଟି ଲୁଟ୍‌ । ରବିବାର ଏୟାରଫିଲ୍ଡ ଥାନା ଅଧୀନରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ ଉଦ୍ୟମ ବେଳେ ଧରାପଡ଼ିଛି ଜଣେ ଲୁଟେରା । ସୋମବାର ରାତି ୧୧ଟା ବେଳେ ସହିଦ ନଗର ଥାନା ଅଧୀନରେ ଥିବା ସାଇମନ୍ଦିର ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ ଉଦ୍ୟମ କରିଥିବାର ଜଣାପଡ଼ିଛି । ଭୁବନେଶ୍ବରରେ କମିଶନରେଟ୍‌ ପୋଲିସ ପକ୍ଷରୁ ରାତି ଅଧିଆ ବ୍ଲକିଂ ଓ ଚେକିଂ ଚାଲିଥିବା ସତ୍ବେ ଲୁଟେରାଙ୍କ ଦୌରାତ୍ମ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛିପୋଲିସର ଆକ୍ସନକୁ ଖାତିର ନାହିଁ । ରାତିର ଅନ୍ଧାରରେ ରାଜଧାନୀରେ ରାଜ୍‌ କରୁଛନ୍ତି ଅପରାଧୀ । ଏମିତିରେ ପୋଲିସ ପାଟ୍ରୋଲିଂକୁ ଆହୁରି ଅଧିକ କଡ଼ାକଡ଼ି କରିବା ଏବଂ ଅପରାଧୀଙ୍କୁ ଧରିବା କମିଶନରେଟ୍‌ ପୋଲିସ ପାଇଁ ଚାଲେଂଜ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.