ବଲାଙ୍ଗୀରରେ ମୁଖା ପିନ୍ଧା ଲୁଟେରା ବିଚ ରାସ୍ତାରେ ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ

Published By : Prameya-News7 Bureau | September 11, 2018 IST

ବଲାଙ୍ଗୀର : ବଲାଙ୍ଗୀରେ ଏକ ବଡ ଧରଣର ଲୁଟ ହୋଇଛି । ବ୍ୟାଙ୍କ କର୍ମଚାରୀ ଟଙ୍କା ନେଇ ଯାଉଥିବାବେଲେ ଲୁଟେରା ମୁଖାପିନ୍ଧି ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ୧୯ ଲକ୍ଷ । ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧପଡା ବ୍ୟାଙ୍କୁ ଏକ ଭ୍ୟାନରେ ଟଙ୍କା ନେଇ ଯାଉଥିଲେ ବ୍ୟାଙ୍କ କର୍ମଚାରୀ । ଦେଓଗାଁ ନିକଟ ସାରସବାହଲ ବନ୍ଧ ନିକଟେ ବାଇକରେ ଆସିଥିବା ତିନି ଜଣ ଲୁଟେରା ବନ୍ଧୁକ ଦେଖାଇ ଗୁଳି ପୁଟାଇ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଟଙ୍କାନେଇ ଯାଉଥିଲେ କ୍ୟାସିୟର ଓ ପିଅନ । ଲୁଟେରାଙ୍କ ମାଡରେ ଭ୍ୟାନର ଡ୍ରାଇଭର ଗୁରୁତର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.