ଘରେ ଶୋଇଥିବା ବେଳେ ଗଳାକାଟି ହତ୍ୟା, ତଦନ୍ତ ଆରମ୍ଭ କଲା ପୋଲିସ

Published By : Prameya-News7 Bureau | October 09, 2019 IST

ବଣାଇ ୯।୧୦: ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ବଣାଇ ଉପଖଣ୍ଡ ଅନ୍ତର୍ଗତ ଲହୁଣିପଡ଼ା ଥାନାର କୁଲିପୋଷ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଖଇରୁ ନାଇକ୍ ।

{"id":167822}

ସୂଚନାଯୋଗ୍ୟ ଯେ, ରାତିରେ ଖଇରୁ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଛି ତାହା ଜଣାପଡିନାହିଁ ।

{"id":167823}

ଖଇରୁ କିଛି ବର୍ଷ ହେବ ବଣାଇ ଅଂଚଳରୁ ଆସି ଏଠାରେ ରହୁଥିଲେ । ତାଙ୍କର କିଛି ଜମି ବିବାଦ ଲାଗି ରହିଥିବା ମଧ୍ୟ ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ ଘଟଣାରେ ଜମି ବିବାଦ କି ଅନ୍ୟ କିଛି କାରଣ ଅଛି ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.