ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଡି ପୋଡିଲେ ଦୁର୍ବୁର୍ତ୍ତ

Published By : Prameya-News7 Bureau | August 25, 2018 IST

ଜଗତସିଂହପୁର ଜିଲା ଏରସମା ଥାନା ଘୋଡାଡ଼ିଆ ଗାଁରେ ଗତକାଲି ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୁର୍ତ୍ତ ଏହି ଗାଁର ସମୀର ମହାନ୍ତିଙ୍କ ଗୋଟିଏ ବୋଲେରୋ ଓ ଗୋଟିଏ ଟ୍ରାକ୍ଟର ପୋଡି ଦେଇଥିବାର ଅଭିଯୋଗ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗାଡି ଦୁଇଟିରେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରା ଯାଉଛି । ଘଟଣାର ସଠିକ କାରଣ ଜଣା ପଡିନଥିବା ବେଳେ ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।ସମୀର ମହାନ୍ତି ଙ୍କର ଗାଡି ଗୁଡିକ ବାହାରେ ଘର ଆଗରେ ରଖନ୍ତି । ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ପରିବାର ଲୋକେ ଗାଡି ଗୁଡିକ ଜଳୁ ଥିବାର ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.