ଛାତ୍ରୀଙ୍କ କାନଫୁଲ ଝାମ୍ପି ବିଫଳ ହେଲା ଲୁଟେରା, କଲେଜ ବ୍ୟାଗ୍ ନେଇ ମାରିଲା ଚମ୍ପଟ

Published By : Prameya-News7 Bureau | January 27, 2021 IST

କେନ୍ଦ୍ରାପଡା ୨୭।୧: କଲେଜ ଛାତ୍ରୀଙ୍କ କାନଫୁଲ ଝାମ୍ପି ନେବାକୁ ଉଦ୍ୟମ କରି ବିଫଳ ହେଲେ ଲୁଟେରା । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁରଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାର ତଦନ୍ତ କରୁଛି ପୋଲିସ ।

{"id":399078,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଟାଉନ୍ ବଲରାମପୁର ଗାଁର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ତୃପ୍ତିମୟୀ ବଳ ନିଜ ସାଇକେଲ ଯୋଗେ ଘରକୁ ଫେରୁଥିଲେ । କେନ୍ଦ୍ରାପଡା-ଗଣ୍ଡାକିଆ ରାସ୍ତାର ଓସ୍ତପୁରଠାରେ ନିଛାଟିଆ ରାସ୍ତାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଡାହାଣ କାନର କାନଫୁଲକୁ ଛଡାଇ ନେବା ପାଇଁ ଉଦ୍ୟମ କରିଥିଲେ । ନିଜକୁ ରକ୍ଷା କରିବା ପାଇଁ ଛାତ୍ରୀଜଣଙ୍କ ପାଟି କରିବା ପରେ ସ୍ଥାନୀୟ ଲୋକେ ଦୌଡି ଆସିବାରୁ ଦୁର୍ବୃତ୍ତ ଦୁଇ ଜଣ ଛାତ୍ରୀଙ୍କ କାନଫୁଲ ଛାଡି କଲେଜ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ । ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.