ଅଭିନବ ଉପାୟରେ ଲୁଟ୍ : ଗ୍ରାହକ ସାଜି ୫ଲକ୍ଷ ଟଙ୍କାର ଗହଣା ଲୁଟ୍ ବେଳେ ଧରାପଡିଲେ

Published By : Prameya-News7 Bureau | July 05, 2021 IST

ସୋର  ୫।୭: ଅଭିନବ ଉପାୟରେ ଗ୍ରାହକ ସାଜି ୫ ଲକ୍ଷ ଟଙ୍କାର ଗହଣା ଲୁଟିନେବା ବେଳେ ଧରାପଡିଲେ ।  ଅଭିଯୋଗରେ ଜଣେ ଅଟକ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ନୂଆ ସିନେମା ହଲ୍ ରାସ୍ତାରେ ଥିବା ମା’ ମଙ୍ଗଳା ଜୁଏଲାରୀରୁ ଦୁଇ ଜଣ ଦୁର୍ବୃତ୍ତ ଗହଣା କିଣିବାକୁ ଆସି ଗହଣା ଦୋକାନୀଙ୍କୁ ଗହଣା ଦେଖାଇବାକୁ କହିଥିଲେ । ଦୋକାନୀ ଜଣଙ୍କ ଗହଣା ଦେଖାଉଥିବା ବେଳେ ଅନ୍ୟ କିଛି ଗହଣା ଦେଖାଇବାକୁ କହିଥିଲେ । ଦୋକାନୀ ଜଣଙ୍କ ଦୋକାନ ଭିତରୁ ଗହଣା ବାହାର କରୁଥିବା ବେଳେ ଲୁଟେରା ଦୁଇ ଜଣ ୫ ଲକ୍ଷ ଟଙ୍କା ଗହଣା ନେଇ ଚମ୍ପଟ୍ ମାରୁଥିବା ବେଳେ ସ୍ଥାନୀୟ ଲୋକ ଜଣକୁ ଅଟକ ରଖି ପୋଲିସର ଜିମା ଦେଇଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.