Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୨୪ ଲକ୍ଷ ଟଙ୍କା ଲୁଟ୍ ଉଦ୍ୟମ ପଣ୍ଡ, ଭୁଜାଲିରେ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲେ ଲୁଟେରା

19/10/2020 at 5:49 PM

ରାଉରକେଲା ୧୯।୧୦: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ୨୪ଲକ୍ଷ ଲୁଟ୍‌ ଉଦ୍ୟମ ପଣ୍ଡ । ରାଉରକେଲା ସିଭିଲ ଟାଉନସିପ୍ ଫ୍ଲାଏ ଓଭର ତଳେ ରଘୁନାଥପଲ୍ଲୀ ଥାନାରୁ ୨୦୦ ମିଟର ଦୂରରେ ଦିବା ସ୍ପଷ୍ଟ ଆଲୋକରେ ଘଟିଛି ଏହି ଘଟଣା । ଏକ ଘରୋଇ କଂପାନୀର କର୍ମଚାରୀଙ୍କୁ ସୁନା କଂପାନୀର କଲେକସନ ୨୪ଲକ୍ଷ ଟଙ୍କା ଧରି ବାଇକ ରଖି କାରକୁ ବସିବାକୁ ଯିବା ସମୟରେ ହୋଇଛି ମରଣାନ୍ତକ ଆକ୍ରମଣ । ପିସ୍ତଲ ଦେଖାଇବା ସହ ପିଙ୍କୁ ସୁନାଙ୍କ ବାମ ହାତକୁ ଛୁରୀରେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ରକ୍ତ ଜୁଡ଼ୁ ବୁଢ଼ୁ ଅବସ୍ଥାରେ ପିଙ୍କୁ ସୁନା ଦୁର୍ବୃତଙ୍କ ସହ ଲଢ଼େଇ କରି  ଛଡାଇନେଇଥିଲେ ଟଙ୍କା ବ୍ୟାଗ । ସ୍ଥାନୀୟ ଲୋକେ ଏକଜୁଟ ହୋଇ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଛେଷ୍ଟା କରୁଥିବା ବେଳେ ଦୁଇ ଦୁର୍ବୃତ୍ତ କୌଶଳ କ୍ରମେ ବାଇକରେ ବସି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ୩୦୦ ମିଟର ଦୂର ରଘୁନାଥପଲ୍ଲୀ ଥାନା ଖବର ପାଇ ଘଟଣା ସ୍ଥଳରେ ପହଚିଂ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ପିଙ୍କୁ  ସୁନାଙ୍କୁ ରାଉରକେଲା ସରକାରୀ ଡ଼।କ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ହୋଇଥିବା ଯୁବକ ବର୍ତମାନ ରାଉରକେଲା ସରକାରୀ ଡ଼।କ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡ଼।କ୍ତର କହିଛନ୍ତି ।

   Related Posts