ଦୁଇ ଯୁବକଙ୍କୁ ଭୁଜାଲି ଏବଂ ରଡ୍‌ରେ ଆକ୍ରମଣ, ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର

Published By : Prameya-News7 Bureau | November 28, 2019 IST

ସାଲେପୁର ୨୮।୧୧: ଦୁଇ ଯୁବକଙ୍କ ମରାଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣ ଫଳରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଛି ।

{"id":190976,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଛକର ଏକ ଟାୟାର ଦୋକାନରେ ଏଭଳି ଆକ୍ରମଣ ହୋଇଛି । ଭୁଜାଲି ଓ ରଡ୍ ରେ ଦୁଇ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । । ଯୁବକମାନେ ହେଲେ ବାହାବଳପୁରର ଅରୁଣ ରାଉତରାୟ ଓ ସଂଜୟ ବେହେରା। ଅରୁଣ ସିମେଣ୍ଟ ବ୍ୟବସାୟ କରନ୍ତି । ସେ ମାଛୁଆତିକୁ ସିମେଣ୍ଟ ଟଙ୍କା ଆଦାୟ କରିବାକୁ ଆସିଥିବା ସମୟରେ ମାଛୁଆତି ଅଞ୍ଚଳର ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଆକ୍ରମଣରେ ଅରୁଣ ଓ ସଂଜୟ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଛି। ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.