Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କେ. ନୂଆ ଗାଁରେ ହୀରା ବ୍ୟବସାୟୀଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

6/06/2019 at 7:34 PM

ବ୍ରହ୍ମପୁର ୬।୬: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ବୀରଲକ୍ଷ୍ମୀ ନାରାୟଣ ପୁରରେ ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି ।  ଆହତ  ବ୍ୟବସାୟୀ ସୁଭାଷ ଚନ୍ଦ୍ର ପଣ୍ଡା ବୋଲି ଜଣାପଡିଥିବା ବେଳେ ତାଙ୍କ ଦେହରେ ୨ଟି ଗୁଳି ବାଜିଛି । ଗୋଟିଏ ତାଙ୍କର ମୁଣ୍ଡରେ ଲାଗିଥିବା ବେଳେ ଅନ୍ୟଟି ଦେହରେ ବାଜିଛି। ସୁଭାଷଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ  ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି।

ଗୁରୁବାର ସନ୍ଧ୍ୟାରେ ସୁଭାଷ ଗାଁ ଦାଣ୍ଡରେ ଚାଲିଚାଲି ଆସୁଥିବା ବେଳେ ବାଇକ୍ ରେ ଆସି ୨ ଜଣ ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି।  ଆକ୍ରମଣ ଏତେ ଆତର୍କିତ ଥିଲା ଯେ କେହି କିଛି ବୁଝିବା ଆଗରୁ ସୁଭାଷ ରକ୍ତଜୁଡୁବୁଡୁ ହୋଇ ଗାଁ ଦାଣ୍ଡରେ ଲୋଟୁଥିବା ବେଳେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ସୁଭାଷଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏମକେସିଜି ପଠାଇ ଦିଆଯାଇଛି।

ସୁଭାଷ ହୀରା ବ୍ୟବସାୟ କରନ୍ତି। ଏହି ଗୁଳିକାଣ୍ଡ ଘଟଣାର ସୂଚନା ପାଇ କେ. ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି । ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣାରେ ପାତ୍ରପୁର ଅଞ୍ଚଳର ଜଣେ ଯୁବକଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ପୋଲିସ ତଦନ୍ତ ପରେ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି କୁହାଯାଉଛି। 

   Related Posts