Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ବିହାରରେ ମନ୍ତ୍ରୀଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତିଲେ ବୀମା ଭାରତୀଙ୍କ ପୁଅ

3/11/2019 at 7:10 PM

ପାଟନା : ବିହାର ଆଖୁମନ୍ତ୍ରୀ ବୀମା ଭାରତୀଙ୍କ ପୁଅ ରାଜକୁମାରଙ୍କ ଉପରେ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଛଟପୂଜା ଲାଗି ବୀମା ପୂର୍ଣ୍ଣେୟା ଜିଲ୍ଲାସ୍ଥିତ ତାଙ୍କ ଗାଁକୁ ଯାଇଥିବା ବେଳେ ପୁଅ ରାଜକୁମାର ଦୁର୍ବୃତ୍ତଙ୍କ ଶିକାର ହୋଇଛନ୍ତି। ଗୁରୁତର ରାଜକୁମାରଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ବୀମା ସୁଶୀଲ ଯାଦବ ଓ ତାଙ୍କ ଗୁଣ୍ଡାବାହିନୀଙ୍କୁ ଦାୟି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଘରେ ମା ନଥିବା ବେଳେ ରାଜକୁମାର ତାଙ୍କର ଜନୈକ ସମ୍ପର୍କୀୟଙ୍କ ସହ ଗାଡିରେ ସଙ୍ଗକୁ ତାଙ୍କ ଘରେ ଛାଡିବା ଲାଗି ନବଗଛିଆ ଯାଉଥିଲେ। ତେବେ ରାସ୍ତାରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ  ନିସ୍ତୁକ ପିଟିବା ସହ ରାଇଫଲରେ ଗୁଳି ଲଦି ଫାୟରିଂ କରିଥିଲେ। ତେବେ ସେମାନେ ରାଜକୁମାରଙ୍କୁ ଡରାଇବା ଲାଗି ଫାୟରିଂ କରିଥିବା ଜଣାପଡିଛି। ହେଲେ ବନ୍ଧୁକ ବଟରେ ସେମାନଙ୍କୁ ଭଲକରି ଦୁର୍ବୃତ୍ତ ଛେଚିବା ଯୋଗୁ ରାଜକୁମାର ଗୁରୁତର ଆହତ ହୋଇଛନ୍ତି। ସେମାନେ ରାଜକୁମାରକୁ ଗୁଳି କରିବା ଲାଗି ବନ୍ଧୁକ କକ୍ ବି କରିଥିଲେ। ତେବେ ରାଜକୁମାର ଗୋଡହାତ ଧରି ନେହୁରା ହେବାରୁ ସେମାନେ ଛାଡିଦେଇଛନ୍ତି।

ଦୁର୍ବୃତ୍ତମାନେ ବାପା ଅବଧେଶ ମଣ୍ଡଳ ମନ୍ତ୍ରୀ ହୋଇଥିଲେ କଣ ହେଲା ଆମେ ଚାହିଁଲେ ତୋତେ ମାରିଦେବୁ ବୋଲି ଧମକ ଦେଇଥିଲେ। ଯଦିଓ ରାଜକୁମାର ଦୁର୍ବୃତ୍ତଙ୍କୁ କାକୁତିମିନତି କରି ଖସି ଆସିଛନ୍ତି ତେବେ ଦୁର୍ବୃତ୍ତଙ୍କ ବନ୍ଧୁକ ବଟ୍ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ଘଟଣା ନେଇ ଚୈସା ଥାନାରେ ମନ୍ତ୍ରୀଙ୍କ ପରିବାର ଲୋକେ ଲିଖିତ ଏତଲା ଦେବା ସହ ବେଳେ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି।  

   Related Posts