ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା ଉଦ୍ୟମ : ଯୁବକ ମେଡିକାଲରେ ଭର୍ତ୍ତି
6/11/2019 at 10:56 AM

ଭୁବନେଶ୍ବର ୬।୧୧: ଭୁବନେଶ୍ବର ପାସପୋର୍ଟ ଅଫିସ ଆଗରେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ପାର୍ସପୋର୍ଟ ଅଫିସ ସମ୍ମୁଖରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା ଉଦ୍ୟମ କରାଯାଇଛି । ଆହତ ଅବସ୍ଥାରେ ଯୁବବ ପ୍ରମୋଦ ସାହୁ ଓରଫ କାହ୍ନାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟିଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ହୋଇଥିବା ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ହୋଇଯିବାରେ ସଫଳ ହୋଇଥିଲେ । କାହ୍ନଙ୍କୁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021