ଛାତ୍ରୀଙ୍କୁ ଅସଦାରଚରଣ ଅଭିଯୋଗରେ ଅଧ୍ୟାପକ ଥାନାରେ ଅଟକ !

Published By : Prameya-News7 Bureau | January 21, 2020 IST

ନିଆଳି ୨୧।୦୧: କଲେଜରେ  ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । କଟକ ଜିଲ୍ଲା ନିଆଳି ଓଲଟପୁର ଥାନା ଅନ୍ତ୍ରର୍ଗତ ଓଡଶପୁର ଉଦୟନାଥ କଲେଜର ଘଟଣା।  କଲେଜର ବାଣିଜ୍ୟ ବିଭାଗର ଅଧ୍ୟାପକ ଅରୁଣ ସ୍ବାଇଁ ବୋଲି ଜଣାପଡିଛି ।  ପୋଲିସ ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଓଡଶପୁର ଉଦୟନାଥ କଲେଜରେ ଜୈନିକ ଛାତ୍ରୀ ଜଣଙ୍କ ଟିଉସନ ବେଳେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ଅରୁଣ ସ୍ବାଇଁ ଅସଦାରଚରଣ କରିଥିଲେ ।ଏପରି ବାରମ୍ବାର ଅସଦାଚରଣ କରାଯାଇଥିବା ଛାତ୍ରୀ ଜଣଙ୍କ ନିଜ ମାଆଙ୍କୁ ଜଣାଇଥିଲେ । ପରେ ପରିବାର ପକ୍ଷରୁ ଓଲଟପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପରେ କଲେଜକୁ ଯାଇ ପୋଲିସକୁ ଦୁର୍ବବ୍ୟହାର ଦେଖାଇ ଅଧ୍ୟାପକ ଖସିଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ଅଧ୍ୟାପକଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖିଛି । ପୋଲିସ ପୋସ୍କୋ ଆଇନ ମାମଲାରେ ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ସଂପୃକ୍ତ ଅଧ୍ୟାପକଙ୍କ ନାମରେ  ଏକାଧିକ ଅସଦାରଣ ମାମଲା ଥାନା ଓ କୋର୍ଟରେ ବିଚରାଧିନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.