ବାଲେଶ୍ବର ୬|୧୧ : ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଶିକ୍ଷୟତ୍ରୀଙ୍କ ଅସଦାଚରଣ ଅଭିଯୋଗ କରଛନ୍ତି । ପୋଲିସରେ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଇନାହିଁ ପୋଲିସ ।
{"id":179962}ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଜାଟିଆ ନିକଟରେ ଥିବା କୃଷ୍ଣବାନୁ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆସିଛି । ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଶାଢୀ ଟାଣିବା ସହ ଅଶ୍ଳୀଳ ଇଙ୍ଗୀତ ଦେଉଥିବାର ଅଭିଯୋଗ ହୋଇଛି ।
{"id":179965}ଗତ ମାର୍ଚ ମାସରେ ବାଲିଆପାଳ ଥାନାରେ ଏଭଳି ଅଭିଯୋଗ କରିଥିଲେ ଶିକ୍ଷୟତ୍ରୀ । କିନ୍ତୁ ସେତେବେଳେ ପୋଲିସ ମାମଲା ରୁଜୁ କରିଥିଲେ ବି କୌଣସି ପଦକ୍ଷେପ ନେଇ ନଥିଲେ । ଶେଷରେ ଶିକ୍ଷୟତ୍ରୀ ଜଣଙ୍କ ଏହି ବିଷୟରେ ବିଇଓ , ଡିଇଓ ସମେତ ମୂଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । କିନ୍ତ ତାଙ୍କୁ ନ୍ୟାୟ ମିଳିନଥିବା ଶିକ୍ଷୟତ୍ରୀ ଜଣଙ୍କ କହିଛନ୍ତି । ତବେ ଏପରି ଅଭିଯୋଗକୁ ପ୍ରଧାନଶିକ୍ଷକ ଅସ୍ବୀକାର କରିବା ସହ ଏହା ଭିତିହୀନ ବୋଲି କହିଛନ୍ତି ।