ମହିଳାକର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ- କେନ୍ଦ୍ରପଡା କ୍ରେଡିଟ କୋ ଅପରଟିଭ୍‌ ସୋସାଇଟି ସଭାପତି ମୋବାଇଲ୍‌ ଶିଖିବା ବାହାନାରେ କରୁଥିଲେ ଏପରି କାମ

Published By : Prameya-News7 Bureau | October 29, 2019 IST

କେନ୍ଦ୍ରାପଡା - କେନ୍ଦ୍ରପଡା କ୍ରେଡିଟ କୋ ଅପରଟିଭ୍‌ ସୋସାଇଟିର ସଭାପତି ତଥା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁଙ୍କ ନାମରେ ସେହି କୋ ଅପରେଟିଭ୍‌ ସୋସାଇଟିର ଜୈନେକ ଅବିବାହିତ ମହିଳା କର୍ମଚାରୀ ଯୌନ ନିର୍ଯ୍ୟତନା ଅଭିଯୋଗ ଆଣିଛନ୍ତି । ଥାନାରେ ଏ ବିଷୟରେ ସେ ପ୍ରଥମେ ଅଭିଯୋଗ କଲାପରେ ପୁଲିସ ମାମଲା ରୁଜୁ କରି ନଥିଲା । ପରେ ଅଦାଲତଙ୍କ ଆଦେଶ ହେବାରୁ ଥାନାରେ ୧୩୮/୨୧୦୯ରେ ଏକ ମାମଲା ରୁଜୁ ହୋଇଛି ।

ସୂଚନା ଯୋଗ୍ୟ ଯେ ଏହି ମହିଳା କର୍ମଚାରୀ ଜଣେ ବୀମା ଏଜେଣ୍ଟଙ୍କ ଜରିଆରେ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ କ୍ୟାସିୟର କମ୍‌ କ୍ଲର୍କର ଚାକିରି କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏହି ମହିଳା ଜଣଙ୍କୁ ସେ ବାରମ୍ବାର କଲ୍‌ ଓ ଭିଡିଓ କଲ୍‌ କରୁଥିଲେ । କଲ୍‌ କରି ବାରମ୍ବାର ନିଜ ଚ୍ୟାମ୍ବର ଭିତରକୁ ଡାରି ଅଶୀଳ୍ଲ ଇଙ୍ଗିତ କରୁଥିବା ଅଭିଯୋଗ ହୋଇଛି । ଏହାପରେ ସେ ଗୋଟିଏ ଦିନ ଏକ ସୁତା ପିନ୍ଧାଇବା ବାହାନାରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିବା ମହିଳା କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି ।


ଗୋପଠାରେ ଥିବା ଏକ କୃଷକ ସୋସାଇଟିକୁ ଡାକିଥିଲେ । ମହିଳା କର୍ମଚାରୀ ମନା କରିଦେବାରୁ ସେ ତାଙ୍କୁ ମାର୍ଶାଘାଇ ବଦଳି କରି ଦେଇଥିଲେ ବୋଲି ପୀଡିତା ଲିଖିତ ଭାବେ ଜଣାଇଛନ୍ତି । କେବଳ ସେତିକି ନୁହେଁ ତାଙ୍କୁ ଅନ୍ୟସ୍ଥାନ ବଦଳି କରାଯାଇଥିଲା । ସେ ଚାକିରିରୁ ଇସ୍ତଫା ଦେଇଥିଲେ ମଧ୍ୟ ତାକୁ ଗ୍ରହଣ କରାଯାଇ ନଥିଲା । ପରେ ତାଙ୍କୁ ଟରମିନେଟ୍‌ କରାଯାଇଥିବା ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି ।

ଏପ୍ରିଲ ମାସରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ପୀଡିତାଙ୍କ ଅଭିଯୋଗକୁ ଗ୍ରହଣ କରି ନ ଥିଲା । ପରେ ଅଦାଲତଙ୍କ ନିର୍ଦେଶରେ ଜୁଲାଇ ମାସରେ ମାମଲା ରୁଜୁ ହୋଇଛି । ତାଙ୍କୁ ଦୁଷ୍କର୍ମ କରି ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ପ୍ରମୋଦ ସାହୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ଯୌନ ନିର୍ଯ୍ୟାତନା ଅଭିଯୋଗ ଅବିବାହିତ ମହିଳା କର୍ମଚାରୀ ବରାବର ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । କୋର୍ଟର ଆଦେଶ ପରେ କେନ୍ଦ୍ରପଡା ଥାନାରେ ମାମଲା ରୁଜୁ ହୋଇଛି । ଭାରତୀୟ ପିଙ୍ଗଳଧାରା ୫୦୯,୩୫୪ -ଖ ୧, ୫୦୬ ଓ ୨୯୪ରେ ଏକ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.