Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଫାଣ୍ଡି ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସର ଆକ୍ସନ୍ ; ୩ ଅଭିଯୁକ୍ତ ଗିରଫ

9/11/2021 at 7:40 PM

ପାପଡାହାଣ୍ଡି ୯/୧୧ : ନବରଙ୍ଗପୁର ଜିଲ୍ଲା ମଇଦଲପୁର ଫାଣ୍ଡି ଅଧିକାରୀ ଅନାମ ଦିଆନଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ନଳିନୀକାନ୍ତ ପାଞ୍ଜିଆ, ପ୍ରେମରାଜ ସାହୁ ଓ ହରିହର ସାହୁ । ସୂଚନା ମୁତାବକ ଗ୍ରାମର ହେମନ୍ତ ସାହୁଙ୍କ ଜମିରେ କଟା ଯାଇଥିବା ଧାନ ଉପରେ ଅଭିଯୁକ୍ତ ମାନେ ସେମାନଙ୍କ ଜମିର ପାଣି ଛାଡି ଦେବା ଫଳରେ ଧାନ ଗୁଡିକ ନଷ୍ଟ ହୋଇଯାଇଥିଲା । ଏ ନେଇ ହେମନ୍ତ ଫାଣ୍ଡିରେ ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଥିବା ସମୟରେ ଅଭିଯୁକ୍ତ ମାନେ ଫାଣ୍ଡି ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ସେ ଥାନାରେ ଏତଲା ଦେବା ପରେ କେସ ନମ୍ବର ୧୭୩/୨୧ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । କୋଭିଡ ପରୀକ୍ଷା ପରେ ସେମାନଂକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

   Related Posts