Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

‘ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କର’, ଇମ୍ରାନ ସରକାରଙ୍କୁ ପରାମର୍ଶ ଦେଲେ ପାକ୍ ସାଂସଦ

20/05/2021 at 8:32 AM

ଲାହୋର,୨୦/୦୫: ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ମଧ୍ୟରେ ପାକିସ୍ତାନୀ ସାଂସଦ ମୌଲାନା ଚିତ୍ରାଳୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଇସ୍ରାଏଲ ବିପକ୍ଷରେ ଜିହାଦୀ ହିଁ ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ଏହାସହ ପାଲେଷ୍ଟାଇନ୍ ଓ କାଶ୍ମୀରର ସ୍ୱାଧିନତା ପାଇଁ ପରମାଣୁ ବୋମା ଓ ମିସାଇଲର ବ୍ୟବହାର ସରକାର କରନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।

ଚିତ୍ରାଳୀ କହିଛନ୍ତି ଯେ, ପାକ୍ ମିସାଇଲ ଓ ବୋମାକୁ ମ୍ୟୁଜିୟମରେ ଦେଖାଇବା ପାଇଁ ରଖିନାହାଁନ୍ତି । ଯଦି ସେମାନେ ପାଲେଷ୍ଟାଇନ ଓ କାଶ୍ମୀରରୁ ସ୍ୱାଧିନ କରିପାରିଲେ ନାହିଁ ତେବେ ମିସାଇଲ ଓ ସେନାର କୌଣସି ଆବଶ୍ୟକତା ନାହିଁ । ଇହୁଦି ଦେଶ ଉପରେ ପରମାଣୁ ଆକ୍ରମଣ କରିବା ଦରକାର । ଏହି ବୋମା ଓ ମିସାଇଲକୁ କଣ ଛୋଟି ପିଲାଙ୍କୁ ଦେଖାଇବାକୁ ତିଆରି ହୋଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି କହିଥିଲେ ଯେ, ଇସ୍ରାଏଲକୁ ବିରୋଧ କରାଯିବା ଦରକାର । ଏହାସହ ସେ ଶୁକ୍ରବାର ସାରା ଇସ୍ରାଏଲ ବିରୋଧରେ ପାକିସ୍ତାନରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।ଆହୁରି ମଧ୍ୟ ଜାତିସଂଘ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ତୁରନ୍ତ ପାଲେଷ୍ଟାଇନରେ ସିଜଫାୟାର ଲାଗୁ ହେଉ ବୋଲି ସେ କହିଛନ୍ତି ।

   Related Posts