Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ସୀମା ଟପିଗଲା ଅମଣିଷପଣିଆ : ଗାଈକୁ ଖୁଆଇ ଦେଲା ବାଣ ମିଶା ଖାଦ୍ୟ,ଅବସ୍ଥା ହେଲା ଗୁରୁତର,ଥାନାରେ ଏଫଆଇଆର

13/11/2020 at 2:40 PM

ଜୟପୁର ୧୩/୧୧: ରାଜସ୍ଥାନର ପାଲି ଜିଲ୍ଲାର ମାରଓ୍ବାଡ଼ ଜଙ୍କସନ ଉପଖଣ୍ଡରେ ଗାଈ ସହ ନିଷ୍ଠୁର ଆଚରଣ ମାମଲା ସାମନାକୁ ଆସିଛି। କୌଣସି ଅସାମାଜିକ ବ୍ୟକ୍ତି ଗାଈକୁ ବାଣ ଖୁଆଇ ଦେଇଛି। ବାଣରେ ପାଟି ଭିତରେ ଫାଟିବା ଫଳରେ ଗାଈ ଗୁରୁତର ହୋଇ ଯାଇଛନ୍ତି। ମାମଲାର ସମ୍ବେଦନଶୀଳତାକୁ ଦେଖି ପୋଲିସ୍ ତୁରନ୍ତ ମାମଲା ରୁଜୁ କରି ଦୁର୍ବୃତ୍ତକୁ ଖୋଜୁଛି।

ସୂଚନା ଅନୁଯାୟୀ ବିସ୍ଫୋରକ ପଦାର୍ଥ ସମ୍ଭବତଃ ବାଣକୁ ଖାଇବା ପରେ ଗାଈର ମୁହଁ ପୂରାପୂରି ଫାଟି ଲହୁଲୁହାଣ ହୋଇଯାଇଛି। ସୂଚନା ମିଳିବା ମାତ୍ରେ ମାରଓ୍ବାଡ଼ ଜଙ୍କସନର ଗୋ ପୁତ୍ର ସେନାର କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବଜରଙ୍ଗ ଦଳର ପଶୁ ଆମ୍ବୁଲାନ୍ସ ଗୁରୁତର ଗାଈକୁ ହସ୍ପିଟାଲକୁ ପହଞ୍ଚାଇଥିଲା।

ଯନ୍ତ୍ରଣାରେ ଛଟପଟ ହେଉଥିବା ଗାଈ ଜାଡ଼ନ ପଶୁ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହି କାଣ୍ଡ କରିଥିବା ଲୋକଙ୍କ ବିରୋଧରେ ଗାଁ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ଗୋ ପୁତ୍ର ସେନା, ବଜରଙ୍ଗ ଦଳ,ବିଶ୍ବ ହିନ୍ଦୁ ପରିଷଦର କର୍ମୀ ଘଟଣାର ନିନ୍ଦା କରିଥିଲେ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଛନ୍ତି।ଖୁବ୍ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ।

   Related Posts