କର୍ମଜୀବୀ ମହିଳାଙ୍କୁ ଅସଦାଚରଣ ଅଭିଯୋଗ-ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | September 25, 2019 IST

ସୁନ୍ଦରଗଡ ୨୫।୦୯ - ସୁନ୍ଦରଗଡ ଜିଲ୍ଲାରେ ବଢୁଛି କର୍ମଜୀବୀ ମହିଳାଙ୍କୁ ଅସଦାରଚରଣ ଅଭିଯୋଗ।  ବିଶେଷ ଭାବେ ଏସବୁ ଅଭିଯୋଗ ଗୁଡିକ ସେମାନଙ୍କ ଉପରିସ୍ଥ ଅଧତ୍କାରୀ ମାନଙ୍କ ବିରୋଧରେ ଆସିଛି । ଦିର୍ଘଦିନ ହେଲା ସ୍ଥାନୀୟ ରାଜଗାଙ୍ଗପୁର ଓ ରାଉରକେଲା ଥାନାରେ ଏନେଇ ଦୁଇଟି ମାମଲା ରୁଜ୍ଜୁ ପରେବି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅବିଯୋଗ କରିଛନ୍ତି ପୀଡିତା ମାନେ …

{"id":162602}

 ବିପଦରେ କର୍ମଜୀବୀ ମହିଳା ।  ସୁନ୍ଦରଗଡ଼ ଜିଲ୍ଲାରେ କର୍ମଜୀବୀ ମହିଳା ମାନଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀ ମାନେ ଅସଦାଚରଣ କରୁଥିବା ଦୁଇଟି ମାମଲା ଥାନାରେ ରୁଜ୍ଜୁ ହୋଇଛି । ଏମିତି ଦୁଇଟି ଅଭିଯୋଗ ଏବେ ଜିଲ୍ଲାରେ କର୍ମଜୀବୀ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।   ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ  ଉକ୍ତ ମହାବିଦ୍ୟାଳୟର  ପ୍ରିନ୍ସିପାଲ ଚନ୍ଦ୍ରମଣୀ ପଟେଲ , ଅଧ୍ୟାପକ ସପନ ପଣ୍ଡା ଆକାଉଟାଣ୍ଟ ପାଣୁ ଚରଣ ପାଇକରାୟଙ୍କ ବିରୋଧରେ ଅସଦାଚରଣ ଭଳି ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ।  ପ୍ରିନ୍ସିପାଲ ମଦ୍ୟପାନ କରି ମହାବିଦ୍ୟାଳୟକୁ ଆସି ଗାଳିଗୁଲଜ କରିବା ସହ ଅଧ୍ୟାପକ ସପନ ପଣ୍ଡା ଜାତିଆଣ ଆରୋପ ଓ  ଆକାଉଟାଣ୍ଟ ଙ୍କ ନାରେ  ଅସଦାଚରଣ ଅଭିଯୋଗ ଆଣିଛନ୍ତି ଉକ୍ତ ମହିଳା ।  ପୀଡ଼ତା ଏନେଇ ଗତ ଅଗଷ୍ଟ ୪ରେ ସୁନ୍ଦରଗଡ ଏସପିଙ୍କୁ  ଅନ ଲାଇନ ରେ ଅଭିଯୋଗ କରିଥିଲେ ।  ଅଭିଯୋଗ ଭିତିରେ ସେପ୍ଟେମ୍ବର ୧୧ତାରିଖରେ କୁତ୍ରା ପୋଲିସ ତଦନ୍ତ କରିଥିଲା । ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନବେହାରୁ ପୁଣି ମହିଳା ଜଣଙ୍କ ନ୍ୟାୟ ପାଇଁ ଗତ ୨୦ତାରିଖରେ ରାଜଗାଙ୍ଗପୁର ଥାନାରେ ଲିଖତ୍ତ ଅଭିଯୋଗ କରିବା ସ ହ କଲେଜ ମୁଖ୍ୟ ଫାଟକ ନିକଟରେ ଧାରଣାରେ ମଧ୍ୟ ବସିଥିଲେ ।  ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପୀଡିତାମାନେ ଅଭିଯୋଗ କରିଛନ୍ତି ।

{"id":162603,"width":526,"height":324}

ସେହିପରି ରାଉରକେଲା ଅବକାରୀ ବିଭାଗର ମହିଳା କନଷ୍ଟେବଲ ତାଙ୍କ କାର୍ଯ୍ୟାଳୟର ଏସଆଇ ସୁର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏନେଇ ପୀଡିତା ଉପରିସ୍ଥ ଅଧତ୍କାରୀଙ୍କ ସହ ଜିଲ୍ଲା ଏକ୍ସସାଇଜ ସୁପରିଟେଣ୍ଡଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିବା ବଦଳରେ ଅନ୍ୟତ୍ର ବଦଳିର ପାଇଁ ଧମକ ମିଳିୁଛି । ଶେଷରେ ପୀଡ଼ିତା ଜଣଙ୍କ ନ୍ୟାୟ ପାଇବାକୁ ରାଉରକେଲା ସେକ୍ଟର-୪ସ୍ଥିତ ମହିଳା ଥାନାରେ ଲିଖତ ଅଭିଯୋଗ କରିଛନ୍ତି । ଏହି ଦୁଇଟି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ ପ୍ରତିବାଦରେ ରାଜ ରାସ୍ତାକୁ ଓଲ୍ଲାଇଛି କଂଗ୍ରେସ ।

{"id":162605,"width":548,"height":321}

ତେବେ ଏଭଳି ଦୁଇଟି ସଙ୍ଗୀନ ମାମଲାରେ  କର୍ମଜୀବୀ  ମହିଳାଙ୍କ ଦ୍ବାରା ବିଭିନ୍ନ ଥାନାରେ ଲିଖିତ ଅଭିଯୋଗ ପରେବି ପୋରିସ କଣ ପାଇଁ ଚୁପ ବସିଛି ତାକୁ ନେଇ ଉଛିଛି ବଡ ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.