Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ମିର୍ଜାପୁର-୨ ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ, ଫ୍ଲାଟ୍‌ରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ

2/12/2021 at 5:33 PM

ନୂଆଦିଲ୍ଲୀ ୦୨/୧୨ : ମିର୍ଜାପୁର-୨ ଓ୍ବେବ୍‌ ସିରିଜର ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ । ବ୍ରହ୍ମାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ବନ୍ଧୁ ଦିବ୍ୟେନ୍ଦୁ ଶର୍ମା । ହିଟ୍‌ ଓ୍ବେବ୍‌ ସିରିଜ୍‌ ମିର୍ଜାପୁର-୨ରେ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣିଥିଲେ ଲଳିତ୍‌ ଭୂମିକାରେ ଅଭିନୟ କରିଥିବା ଦିବ୍ୟେନ୍ଦୁ ଶର୍ମା ।

ସୂଚନା ଅନୁସାରେ, ଡିସେମ୍ବର ୨୯ ତାରିଖରେ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହା ପରେ ସେ ହସ୍ପିଟାଲ ଯାଇ ନିଜର ଚିକିତ୍ସା କରାଇଥିଲେ । ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଗ୍ୟାସ୍‌ ମେଡିସିନ୍‌ ଦେଇ ପଠାଇଦେଇଥିଲେ । ପରେ ସେ ଘରକୁ ଆସିଥିଲେ । ତେବେ ତାଙ୍କ ଘରୁ ହିଁ ବ୍ରହ୍ମାଙ୍କର ମୃତଦେହ ଜବତ କରାଯାଇଛି । ମୁମ୍ବାଇ ସ୍ଥିତ ସେ ରହୁଥିବା ଫ୍ଲାଟ୍‌ରୁ ତାଙ୍କର ଶବ ଜବତ କରିଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ବ୍ରହ୍ମାଙ୍କର ମୃତ୍ୟୁ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।

ଅନେକ ଚଳଚିତ୍ର ଏବଂ ଓ୍ବେବ୍‌ସିରିଜ୍‌ରେ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି ବ୍ରହ୍ମା ମିଶ୍ରା । ମନୋଜ ବାଜପେୟୀଙ୍କୁ ନିଜର ରୋଲ୍‌ ମଡେଲ ଭାବୁଥିବା ବ୍ରହ୍ମା ଅଭିନୟରେ ବେଶ ରୁଚି ରଖୁଥିଲେ । ଭୋପାଳରେ ଜନ୍ମଗ୍ରହଣ କରିଥିବା ବ୍ରହ୍ମା ପିଲାବେଳୁ ହିଁ ଅଭିନୟ ପ୍ରତି ରୁଚି ରଖିଥିଲେ । ଅନେକ ଚଳଚିତ୍ରରେ ଏବଂ ଓ୍ବେବ୍‌ ସିରିଜରେ କାମ କରିଥିଲେ ବି ମିର୍ଜାପୁର-୨ରେ ହିଁ ତାଙ୍କୁ ପରିଚୟ ମିଳିଥିଲା । ପୋଲିସ ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ମ

   Related Posts