Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପ୍ରଶିକ୍ଷଣ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ; ୨ ପାଇଲଟଙ୍କ ମୃତ୍ୟୁ

1/02/2019 at 12:34 PM

ବାଙ୍ଗାଲୁରୁ ୧/୨ : ପ୍ରଶିକ୍ଷଣ ଯୁଦ୍ଧ ବିମାନ ମିରେଜ-୨୦୦୦ ଆଜି ସକାଳେ ବାଙ୍ଗାଲୁରୁ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି | ଆଜି ସକାଳେ ବାଙ୍ଗାଲୁରୁ ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ (ହାଲ) ବିମାନବନ୍ଦରରେ ଏହି ଦୁର୍ଘଟଣା ହୋଇଛି | ବିମାନରେ ଦୁଇଜଣ ପାଇଲଟ ଥିଲେ | ଦୁର୍ଘଟଣା ବେଳେ ଦୁଇ ପାଇଲଟ ବିମାନରୁ ଓହ୍ଲେଇ ଯାଇଥିଲେ | ଜଣେ ପାଇଲଟ ବିମାନ ଖଣ୍ଡ ଉପରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା | ଅନ୍ୟ ଜଣେ ପାଇଲଟଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା |


ଜାନୁଆରୀ ୨୮ ତାରିଖରେ ଉତ୍ତର ପ୍ରଦେଶ କୂଶୀନଗର ଅନ୍ତର୍ଗତ ଖେତିମପୁରରେ ବାୟୁ ସେନାର ଜାଗୁଆର ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା | ବିମାନରେ ଥିବା ପାଇଲଟ ନିଜ ଉପସ୍ଥିତ ବୁଦ୍ଧି ଯୋଗୁଁ ପରାଚୁଟ ପାଇଁ ନିଜ ଜୀବନ ରକ୍ଷା କରିପାରିଥିଲେ | ଏହି ସୁପର ସୋନିକ ଜାଗୁଆର ବିମାନ ଫ୍ରାନ୍ସରେ ତିଆରି ହୋଇଥିଲା | ଏହି ବିମାନ କମ ଉଚ୍ଚତାରେ ଉଡିବା ପାଇଁ ସକ୍ଷମ ଥିଲା | ଏହାଛଡା ଜାଗୁଆର ବିମାନ ବହୁତ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବା ପାଇଁ ସକ୍ଷମ ଥିଲା |

   Related Posts