ରହସ୍ୟମୟ ଭାବେ ବଢ଼ୁଛି ଏହି ଶିବଲିଙ୍ଗର ଆକାର : ଶୁଣାଯାଇଥାଏ ଅଦ୍ଭୁତ ଶବ୍ଦ

Published By : Prameya-News7 Bureau | January 30, 2019 IST

ରାୟପୁର ୩୦/୧: ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ମରୋଦା ଗାଁ ଅବସ୍ଥିତ। ସେଠାରେ ନିଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଶିବଲିଙ୍ଗ ପ୍ରାକୃତିକ ଭାବେ ରହିଛି।  ଭୂତେଶ୍ବର ନାଥ ପ୍ରସିଦ୍ଧ ଏହି ଶିବ ଲିଙ୍ଗ। ବିଶ୍ବର ସବୁଠୁ ବୃହତ୍ ଶିବଲିଙ୍ଗ ଭାବେ ମଧ୍ୟ ଖ୍ୟାତ।

{"id":79711,"width":594,"height":334}

ଏହି ଶିବଲିଂଗ ସହ ଜଡିତ କିଛି ଅଦ୍ଭୁତ ରହସ୍ୟ ରହିଛି । ପ୍ରତି ବର୍ଷ ଏହି ଶିବଲିଙ୍ଗର ଆକାର ବଢ଼ିଥାଏ ।  ଶିବ ଲିଙ୍ଗଙ୍କ ଆକାର ବଢିବା ଶ୍ରଦ୍ଧାଳୁଙ୍କ ପାଇଁ ଆଜି ବି ରହସ୍ୟ ହୋଇ ରହିଛି। ପ୍ରତି ବର୍ଷ ଶ୍ରାବଣ ମାସର ସୋମବାର ଦିନ ଶିବଲିଙ୍ଗ ଦର୍ଶନ  ଏବଂ ଜଳ ଅର୍ପଣ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଓ କାଉଡିଆ ଚାଲି ଚାଲି ଏଠାରେ ପହଞ୍ଚିଥାନ୍ତି।

{"id":79712,"width":596,"height":447}

ପ୍ରତ୍ୟେକ ବର୍ଷ ୬ରୁ ୮ଇଞ୍ଚ ବୃଦ୍ଧି ପାଉଥିବା ଏହି ଶିବଲିଙ୍ଗର ଚମତ୍କାରିତା ଦେଖି ଲୋକଙ୍କ ମନରେ ଶିବଙ୍କ ପାଇଁ ଶ୍ରଦ୍ଧା ଏବଂ ବିଶ୍ବାସ ଜାଗ୍ରତ ହୋଇଥାଏ। ଶିବଲିଙ୍ଗର ଆକାର ଆପେଆପେ ବଢ଼ିଥାଏ। ଏହାର ଉଚ୍ଚତା ୧୮ଫୁଟ ଏବଂ ଗୋଲେଇ ୨୦ଫୁଟ। ପ୍ରତି ବର୍ଷ ଏହାର ଉଚ୍ଚତା ମାପିଲେ ଜଣା ପଡ଼ିଥାଏ ଯେ ଏହାର ଆକାର ନିରନ୍ତର ଭାବେ ୬ରୁ ୮ଇଞ୍ଚ ବଢ଼ିଥାଏ।

{"id":79713,"width":596,"height":383}

ଏହି ଶିବଲିଙ୍ଗ ବିଷୟରେ କୁହାଯାଏ ଯେ ଶହେ ବର୍ଷ ପୂର୍ବରୁ ଏଠାରେ ଶୋଭା ସିଂହ ନାମକ ଜଣେ ବ୍ୟକ୍ତି ପ୍ରତିଦିନ ସନ୍ଧ୍ୟାରେ କ୍ଷେତକୁ ଯାଉଥିଲେ। ସେଠାରେ ଶିବଲିଙ୍ଗ ଥିବା ଛୋଟ ପାହାଡ଼ ଉପରୁ ଷଣ୍ଡ ଏବଂ ସିଂହର ଗର୍ଜନ  ଶୁଣାଯାଉଥିଲା।

ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଶିବଲିଙ୍ଗର ଆକାର ଛୋଟ ଥିଲା କିନ୍ତୁ ସମୟାନୁକ୍ରମେ ଏହି ଶିବଲିଙ୍ଗର ଉଚ୍ଚତା ଏବଂ ଗୋଲେଇରେ ବୃଦ୍ଧି ଘଟିଥିଲା ଯାହା ଏବେ ବି ବଢ଼ୁଛି।

{"id":79714,"width":595,"height":396}

ଛତିଶଗଡ଼ି ଭାଷାରେ ଗର୍ଜନକୁ ଭର୍କୁରା କୁହାଯାଇଥାଏ ଏବଂ ଏଥିପାଇଁ ଏହି ସ୍ଥାନର ନାଁ ଭୂତେଶ୍ବରନାଥ ,ଭକୁରା ମହାଦେବ ଭାବେ ପରିଣତ ହୋଇଛି। କେତେକ ପୁରାଣରେ ମଧ୍ୟ ଏହାର ବର୍ଣ୍ଣନା ରହିଛି। ପୁରାଣ ଅନୁସାରେ ଏହି ଅଦ୍ଭୁତ ଏବଂ ଭବ୍ୟ ଶିବଲିଙ୍ଗଙ୍କ ପୂଜା କରିବା ଦ୍ବାରା ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଶିବଲିଙ୍ଗ ଘଞ୍ଚ ଅରଣ୍ୟ ମଧ୍ୟରେ ରହିଛି । ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିବା ପାଇଁ ଆସିଥାଆନ୍ତି। ଅଧିକାଂଶ ଭକ୍ତ ଏଠାକୁ ଶିବଲିଙ୍ଗର ଆକାର ବୃଦ୍ଧି ଦେଖିବା ପାଇଁ ଆସନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.