Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ଆକାଶରେ ଦୃଶ୍ୟମାନ ହେଲା ରହସ୍ୟମୟ ବସ୍ତୁ, ବିମାନ ନା ୟୁଏଫଓ ?

19/04/2020 at 12:28 PM

ଲଣ୍ଡନ, ୧୯|୦୪:  ଯେଉଁ ସମୟରେ ସାରା ବିଶ୍ୱ କରୋନା ଭାଇରସର ମୁକାବିଲା କରୁଛି ସେହି ସମୟରେ ଇଂଲଣ୍ଡ ଆକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖି ସ୍ଥାନୀୟ ଲୋକେ ଚକିତ ହୋଇଯାଇଛନ୍ତି । ଲଣ୍ଡନର କେମ୍ବ୍ରିଜସାୟରରେ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ଦେଖିବା ପରେ ସେଠାରେ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହି ଫଟୋକୁ ଦେଖିବା ପରେ ଏହା କଣ ସମସ୍ତ ଆଶ୍ଚର୍ଯ୍ୟ ହୋର ଯାଉଛନ୍ତି । ଏହା ବିମାନ ନା ୟୁଏଫଓ କେହି କହିପାରୁ ନାହାଁନ୍ତି । ଆକାଶରେ କିଛି ସମୟ ପାଇଁ ଦୃଶ୍ୟମାନ ହୋଇ ଏହା ଗାୟବ ହୋଇଯାଇଛି ।

ଡେଲିମେଲର ରିପୋର୍ଟ ଅନୁସାରେ, ଇଂଲଣ୍ଡର କେମ୍ବ୍ରିଜସାୟରରେ ରହୁଥିବା ୫୫ ବର୍ଷର ଗେରୀ ଅଣ୍ଡରବୁଡ୍ ସବୁଠାରୁ ପ୍ରଥମେ ଆକାଶରେ ଏକି ନିଆଁପିଣ୍ଡକୁ ଦେଖିଥିଲେ । ସେ ଏହାର ଫଟୋ ମଧ୍ୟ ଉଠାଇଥିଲେ । ଏହି ରହସ୍ୟମୟ ବସ୍ତୁର ଫଟୋକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ସେ ପୂର୍ବରୁ ଅନେକ ଏପରି ଦୃଶ୍ୟ ଦେଖିଛନ୍ତି । କିନ୍ତୁ ଏହା ପୂର୍ବତୁଳନାରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ । କୌଣସି ବସ୍ତୁ ଜଳୁଥିବା ତାଙ୍କୁ ଲାଗିଥିଲା ଓ ପୃଥିବୀ ପୃଷ୍ଠକୁ ଆସୁଥିଲା । ଏହା ଏକ ବଡ ଜିନିଷ ଥିଲା ।ଏହା ପ୍ରାୟ ୧୦ ମିନଟ ଯାଏଁ ଦୃଶ୍ୟମାନ ହୋଇଥିଲା । ଏହାପରେ ହଠାତ କେଉଁଆଡେ ଉଭେଇ ଯାଇଥିବା ସେ କହିଛନ୍ତି । ତେବେ ଏହା ପ୍ରକୃତରେ କଣ ତାହା ସ୍ପଷ୍ଟ ହୋଇନାହିଁ ।

   Related Posts