ଭୁବନେଶ୍ବର (ସମରେନ୍ଦ୍ର ବଳିଅ।ରସିଂହ) ୮।୧୦: ମା’ ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି, ତାଂକୁ କିଛି ଅଛପା ନାହିଁ । ମହାଦେବ ଶିବଙ୍କ ଭଳି ତାଂକର ମଧ୍ୟ ତିନୋଟି ଅ।ଖି । ସେଇଥିପାଇଁ ତ ତାଂକୁ କୁହାଯାଉଛି ତ୍ରୟମ୍ବକେ । ମା’ ଦୁର୍ଗାଙ୍କର ବାମ ଚକ୍ଷୁ ପ୍ରତିନିଧିତ୍ବ କରୁଛି ଚନ୍ଦ୍ରଙ୍କୁ । ଚନ୍ଦ୍ର ଇଚ୍ଛା ବା ଅଭିଳାଷାର ପ୍ରତୀକ । ସେହିପରି ଦକ୍ଷିଣ ଚକ୍ଷୁ ହେଉଛନ୍ତି ସୂର୍ଯ୍ୟ, ଯିଏ କର୍ମର ପ୍ରତୀକ । ଏହାପରେ ତୃତୀୟ ନୟନ ବା କେନ୍ଦ୍ର ଚକ୍ଷୁ, ଯାହା ପ୍ରତିନିଧିତ୍ବ କରେ ଅଗ୍ନିଙ୍କର, ଅଗ୍ନି ହେଉଛନ୍ତି ଜ୍ଞାନର ପ୍ରତୀକ । ଏ କଳିଯୁଗରେ ମା’ଙ୍କ ଉପରେ ବି ନଜର ରଖିବା ପାଇଁ ଏ ମଣିଷ ବନ୍ଦୋବସ୍ତ କରିଛି । ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି, ଅଧିକାଂଶଙ୍କ ହାତରେ କ୍ୟାମେରା ଓ ସ୍ମାର୍ଟଫୋନ୍ ଦେଖିବାକୁ ମିଳିଛି । ଅ।ଉ ତା’ର ଫଳ ସ୍ବରୂପ ମା’ଙ୍କୁ ନେଇ ଅନେକ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।
{"id":167620}ଦୃଶ୍ୟ ନମ୍ବର ୧: ମା’ଙ୍କର ପୂଜା ଚାଲିଛି । ବିରାଟ ଟାଂଗରା ଅଂଚଳ ଭିତରେ ମା’ଙ୍କ ମନ୍ଦିର । ଦେଖିବାକୁ ମିଳୁଛି ଗୋଟେ ଅଲୌକିକ ଦୃଶ୍ୟ । ପାଣିରେ ଜଳୁଛି ଦୀପ । ହଁ ଅ।ଜ୍ଞା, ପାଣିରେ ଜଳୁଛି ଦୀପ । ତେଲ ନୁହେଁ, ପାଣିରେ ଦୀପ ଜଳୁଛି । ଅ।ଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବର୍ଷ ବର୍ଷ ଧରି ଦୀପ ସେମିତି ଜଳୁଛି । ମଧ୍ୟପ୍ରଦେଶର ସାଜାପୁର ଜିଲାର କାଲିସିନ୍ଧ ନଦୀ କୂଳରେ ଗାଡ଼ିଅ। ଘାଟ ନିକଟରେ ଅଛି ମାତାଜୀ ମନ୍ଦିର । ସେଇ ମନ୍ଦିରର ଏଭଳି ଅଲୌକିକ ଓ ଅଦ୍ଭୁତ ଦୃଶ୍ୟ ଭାଇରାଲ ହେଇଛି । ସେଠାରେ ଦିନକ ୨୪ ଘଣ୍ଟା, ସପ୍ତାହକ ୭ ଦିନ, ବର୍ଷକ ୩୬୫ ଦିନ ଜଳୁଛି ଦୀପ ।
{"id":167623}ଯେଉଁ ପାଣି ନିଅଁ।କୁ ଲିଭାଇଦିଏ, ସେଇ ପାଣି ଦୀପକୁ ଜଳାଉଛି । ମନ୍ଦିରର ପୂଜକଙ୍କ ମତ ଅନୁଯାୟୀ, ଏହା ମା’ ଦୁର୍ଗାଙ୍କର ଚମତ୍କାରିତା । କାଲିସିନ୍ଧ ନଦୀ ପ୍ରତି ମା’ଙ୍କର ଅ।ଶୀର୍ବାଦ ରହିଛି, ଯାହା ଫଳରେ ସେଇ ନଦୀର ପାଣିରେ ଦୀପ ଜଳୁଛି । ନଦୀରୁ ପାଣି ଅ।ଣିବା ବେଳେ ତାହା ପାଣି ଭଳି ଲାଗୁଛି, କିନ୍ତୁ ଦୀପରେ ଢାଳିବା ପରେ ଏହା ତେଲ ଭଳି ଲାଗୁଛି । ପ୍ରତି ୫ ବର୍ଷରେ ଥରେ ଏହି ଦୀପରେ ପାଣି ଢଳାଯାଏ, ଯାହାକି ୫ ବର୍ଷ ପର୍ଯ୍ୟନ୍ତ ଦୀପକୁ ଜଳାଇରଖେ । ବୈଜ୍ଞାନିକମାନେ ବି ଏହାର କାରଣ ଜାଣିବାରେ ସମର୍ଥ ନୁହଁନ୍ତି । ମନ୍ଦିରର ପୂଜକ ଅ।ଉ ମଧ୍ୟ କୁହନ୍ତି ଯେ, ବର୍ଷା ସମୟରେ ନଦୀ ଉଛୁଳୁଛି, କିନ୍ତୁ ମନ୍ଦିରର କିଛି କ୍ଷତି ହୁଏନାହିଁ । ଦୂର ଦୂରାନ୍ତରରରୁ ମାତାଜୀଙ୍କ ମନ୍ଦିରକୁ ଅ।ସନ୍ତି ଭକ୍ତ । ମାତାଜୀଙ୍କ ଦର୍ଶନରେ କୋଟି ପୁଣ୍ୟ ମିଳେ ଓ ସମସ୍ତ ମନୋକାମନା ପୂରଣ ହୁଏ ବୋଲି ବିଶ୍ବାସ କରାଯାଏ ।
{"id":167621}ଦୃଶ୍ୟ ନମ୍ବର ୨: ଜ୍ୟୋତି ଭିତରେ କିଏ? କ’ଣ ଦିଶୁଛି ? ଏତେ ସହଜରେ ଅ।ପଣ ଦେଖିପାରିବେନି, ତେବେ ଏକାଗ୍ରତାର ସହ ଯଦି ଦେଖିବେ, ତା’ ହେଲେ ମା’ ଦୁର୍ଗାଙ୍କର ଚକ୍ଷୁ ଦେଖିବାକୁ ପାଇବେ । ଜ୍ୟୋତି ଭିତରେ ମା’ଙ୍କ ଦର୍ଶନ । ମା’ଙ୍କ ଉପରେ ଅ।ସ୍ଥା ରଖୁଥିବା ଶ୍ରଦ୍ଧାଳୁଙ୍କ ମତରେ ଏହା ହେଉଛି ମା’ ଦୁର୍ଗାଙ୍କ ଅ।ଖି । ମା’ଙ୍କ ପୂଜା ସମୟରେ ଜଳୁଥିବା ଏଇ ଜ୍ୟୋତିରୁ ଦେଖିବାକୁ ମିଳିଚି ଏଭଳି ଅଲୌକିକତା । ଏହି ଦୃଶ୍ୟ ସାମ୍ନାକୁ ଅ।ସିବା ପରେ ଭାଇରାଲ ହେଇଛି ।
{"id":167635,"width":580,"height":330}ଦୃଶ୍ୟ ନମ୍ବର ୩: ଦେବୀ ଦୁର୍ଗାଙ୍କ ମହିମା ଅପାର । ସେଇ ମହିମାର ଚାକ୍ଷୁସ ପ୍ରମାଣ ଦେଖିବାକୁ ମିଳିଛି କିଛି ଭାଇରାଲ ଭିଡିଓରେ । ମୂର୍ତି କ’ଣ ଅ।ଖି ଖୋଲିପାରେ ? ମୃଣ୍ମୟୀ ମା’ ଦୁର୍ଗା କ’ଣ ଏମିତି ଜୀବନ୍ତ ହେଇପାରନ୍ତି ? ମା’ଙ୍କର ଅଲୌକିକ ଶକ୍ତି, ଅପୂର୍ବ ମହିମା, ଚମତ୍କାରିତା କ’ଣ ଏ କଳିଯୁଗର ମଣିଷଙ୍କ ପାଇଁ ସତର୍କ ସୂଚନା ।
{"id":167624}ଏଭିଳି ଦୃଶ୍ୟ ଭାଇରାଲ ହେଇଛି ସାମାଜିକ ଗଣମାଧ୍ୟମରେ । ମା’ଙ୍କ ମୁଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଭକ୍ତମାନେ ବନ୍ଦନାରେ ନିମଗ୍ନ ଆଉ ସେହି ସମୟରେ ଦେଖିବାକୁ ଏ ଅଲୌକିକ ଘଟଣା । ମା’ ଅ।ଖିପତା ଏପଟସେପଟ କରୁଛନ୍ତି । ସତରେ କ’ଣ ମା’ ନିଜର ଉପସ୍ଥିତି ଜାହିର କରିଛନ୍ତି ? ମୂର୍ତ୍ତିରେ ସ୍ବୟଂ ପ୍ରକଟିତ ହୋଇଛନ୍ତି ? ଏଭଳି ଦୃଶ୍ୟ ଭାଇରାଲ ହେବାପରେ ଭକ୍ତମାନେ ଐଶ୍ବରୀୟ ଶକ୍ତି ଉପରେ ଅ।ହୁରି ଅ।ସ୍ଥାପ୍ରକଟ କରିଛନ୍ତି । ମାତ୍ର ଅଳ୍ପ କିଛି ମୁହୂର୍ତ୍ତର ଦୃଶ୍ୟ, କିନ୍ତୁ ଚହଳ ସୃଷ୍ଟି କରିଛି । ତେବେ ଦୃଶ୍ୟର ସତ୍ୟତାକୁ ନେଇ ଅ।ସିଛି ଭିନ୍ନ କିଛି ମତ । ଯଂତ୍ର ମାଧ୍ୟମରେ ଏଭଳି ଚମତ୍କାରିତା କରାଯାଇଛି ବୋଲି ଅନେକ ମତ ଦେଇଛନ୍ତି । ଏହା ବିଜ୍ଞାନର କମାଲ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି ।