Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅନଲାଇନ୍ ସପିଙ୍ଗ୍ କରି ଠକାମୀର ଶିକାର ହେଲେ ମୀରା ରାଜପୁତ୍ : ସୋସିଆଲ୍ ମିଡିଆରେ ସେୟାର କଲେ ଫଟୋ ..

9/07/2021 at 4:11 PM

ମୁମ୍ବାଇ ୦୯/୦୭: ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁରରେ ରୁହନ୍ତି, କିନ୍ତୁ ସେ ସବୁବେଳେ ତାଙ୍କ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ମୀରା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ । ତାଙ୍କର ଫ୍ୟାନ ଫଲୋୟର୍ସ କେଉଁ ଷ୍ଟାରଙ୍କ ଠାରୁ କମ୍ ନୁହେଁ । ମୀରା ରାଜପୁତ କେବଳ ସାହିଦଙ୍କ ପତ୍ନୀ ନୁହଁନ୍ତି, ଦୁଇ ସନ୍ତାନର ମା ମଧ୍ୟ ଅଟନ୍ତି। ନିକଟରେ ମୀରା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ଅନଲାଇନ୍ ସପିଂ ବିଷୟରେ କହିଛନ୍ତି । ସେଥିରେ ସେ ଠକାମିର ଶିକାର ହୋଇଛନ୍ତି । ବାସ୍ତବରେ ମୀରା ଅନଲାଇନରେ ଏକ ଫୋନ୍ କଭର୍ ମଗାଇଥିଲେ, ବଦଳରେ ଠକାମୀର ଶିକାର ପାଲଟିଛନ୍ତି । ସୋସିଆଲ୍ ମିଡିଆରେ ସେ ଫୋନ୍ କଭରର ଫଟୋ ସେୟାର କରିଛନ୍ତି ।

ମୀରା କହିଛନ୍ତି, ସେ ଏକ ସ୍ଲିଙ୍ଗ୍ କଭର ମଗାଇଥିଲେ । କାରଣ ସେ ୱାର୍କ ଆଉଟ୍ ସମୟରେ ତାଙ୍କୁ ସାହାଯ୍ୟ କରିବ । ସେ ଏକ ବିଜ୍ଞାପନର ପ୍ରଲୋଭନରେ ଆସି ଫୋନ କଭର ମଗାଇଥିଲେ । ଯାହା ଡିସପ୍ଲେ ପିକ୍ଚର ପରି ଦେଖାଯାଏ ନାହିଁ । ତାହା ଏକ ଦୁର୍ବଳ ପ୍ଲାଷ୍ଟିକ ପରି । ତାଙ୍କୁ ଏକ ସ୍ଲିମ୍ କଭର ଦରକାର ଥିଲା ଯାହାକୁ ବିନା ବ୍ୟାଗରେ ଯେକୌଣସି ସ୍ଥାନକୁ ଧରି ଯାଇ ପାରିବେ । ସେ ଅନ୍ୟ ଏକ ଫଟୋ ସେଆର କରି କହିଛନ୍ତି କି  ଏଭଳି ଫୋନ ନେଇକି ଯିବା ବହୁତ ଅସୁରକ୍ଷିତ ଅଟେ।

ଅନ୍ୟପଟେ ମୀରା ସାହିଦ କପୁରଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି- ‘ମୁଁ ତୁମକୁ ବହୁତ ଭଲ ପାଏ । ମୋର ପ୍ରେମ, ମୋ ଜୀବନ …ଛଅ ବର୍ଷର ଶୁଭେଚ୍ଛା । ଜୁଲାଇ ୭, ୨୦୧୫ ରେ ମୀରା ଏବଂ ସାହିଦ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି ।

   Related Posts