ଗୋଟିଏ ଦିନରେ ପୃଥକ ପୃଥକ ସ୍ଥାନରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published By : Prameya-News7 Bureau | September 21, 2020 IST

ପଟ୍ଟାମୁଣ୍ଡାଇ ୨୧।୯: ପୃଥକ ପୃଥକ ସ୍ଥାନରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ପଞ୍ଚାୟତ ମାଣପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରୁ ମା’ ପ୍ରମିଳା ନାଥ ନିଖୋଜ ଥିଲେ । ମା’ଙ୍କ ନିଖୋଜ ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ ବଡ ଝିଅ ସତ୍ୟପ୍ରିୟା । ତେବେ ରବିବାର ସକାଳେ ମାମୁ ଘର ବାଡି ପୋଖରୀରୁ ସତ୍ୟପ୍ରିୟାଙ୍କ ମୃତଦେହ ମିଳିଥିଲା । ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ନିଖୋଜ ମା’ଙ୍କ ମୃତଦେହ ମିଳିଥିଲା । ତାଙ୍କର ମୋବାଇଲ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟ ହଂସୁଆ ନଦୀ ଘାଟରୁ ମିଳିଥିଲା । ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରମିଳାଙ୍କ ସ୍ବାମୀ ପତିତପାବନ ନାଥ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.