Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଓଜନ କମ କରିବାରେ ସାହାଯ୍ୟ କରେ ପୋଦିନା ଚା’, ରହିଛି ଆହୁରି ଅନେକ ଔଷଧୀୟ ଗୁଣ

27/07/2021 at 7:14 PM

ଭୁବନେଶ୍ୱର ୨୭/୦୭ : ଆମେ ସମସ୍ତେ ଜାଣିଛେ ଯେ ପୋଦିନା ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର। ଆୟୁର୍ବେଦରେ ପୋଦିନାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ପୋଦିନା ଆପଣ ଯେକୌଣସି ଉପାୟରେ ମଧ୍ୟ ବ୍ୟବହାର କରିପାରିବେ। ଏହାର ବାସନା ଅତି ସୁନ୍ଦର। ସେଥିପାଇଁ ଅନେକ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ। ପୋଦିନା ବ୍ୟଞ୍ଜନର ସ୍ୱାଦ ଦ୍ୱିଗୁଣିତ କରିଦେଇଥାଏ। ପୋଦିନାରେ କ୍ୟାଲୋରୀ କମ ମାତ୍ରାରେ ରହିଛି ଏବଂ ଏଥିରେ ପ୍ରୋଟିନ ମଧ୍ୟ କମ ମାତ୍ରାରେ ଅଛି। ଯେଉଁଥିପାଇଁ ଏହା ମେଦ କମ କରିବାରେ ସାହାଯ୍ୟ କରିଥାଏ।

ପୋଦିନା ଚା’ ଦ୍ୱାରା ଓଜନ କମ କରାଯାଇପାରିବ। ଯଦି ଆପଣ ବି ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ତାହେଲେ ନିୟମିତ ସକାଳୁ ପୋଦିନା ଚା’ ସେବନ କରିପାରିବେ। ଏହାଦ୍ୱାରା ଫ୍ୟାଟ ବର୍ନ ହୋଇଥାଏ। ପୋଦିନା ଚା’ କେବଳ ଓଜନ କମ କରିବା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।

ପୋଦିନାର ଅନେକ ସ୍ୱାସ୍ଥ୍ୟଗତ ଗୁଣ ଅଛି। ଏଥିରେ ଆଇରନ, ପୋଟାସିୟମ, ମାଙ୍ଗାନିଜ, ଭିଟାମିନ-ଏ, ଭିଟାମିନ-ସି ଓ ବି-କମ୍ପ୍ଲେକ୍ସ ଭରପୁର ମାତ୍ରାରେ ରହିଛି ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସହାୟକ । ପୋଦିନା ଚା’ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଏଥିରେ ଠିକ ପୋଷକ ତତ୍ୱ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ପୋଦିନା ଚା’ ସେବନ ଦ୍ୱାରା ସୁଗାର ଲେଭଲ ମଧ୍ୟ ନିୟନ୍ତ୍ରଣରେ ରହେ। ପୋଦିନାରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି, ଯାହା ବଦହଜମି ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

କିଭଳି ପ୍ରସ୍ତୁତ କରିବେ ପୋଦିନା ଚା’
ଏକ ପ୍ୟାନରେ ପାଣି ଫୁଟାଇବେ। ପାଣିରେ ପୋଦିନା ପତ୍ର, ଗୋଲମରିଚ ଗୁଣ୍ଡ ଓ ସନ୍ଧବ ଲୁଣ ପକାଇ ୫-୭ ମିନିଟ ଫୁଟାଇବେ। ଏହାକୁ ଏକ କପରେ ଛାଣିଦେବେ। ଯଦି ଏହାର ସ୍ୱାଦ କଡା ଲାଗେ ତାହେଲେ ଏଥିରେ ଲେମ୍ବୁ ଓ ମହୁ ମଧ୍ୟ ମିଶାଇ ପାରିବେ।

   Related Posts