Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ନାବାଳିକାର ହାତ ଧରିବା ଓ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୁହେଁ, ଯୁବକଙ୍କୁ ନିର୍ଦୋଷରେ ଖଲାସ କଲେ ପୋକ୍ସୋ କୋର୍ଟ

1/08/2021 at 2:55 PM

ମୁମ୍ବାଇ ୦୧/୦୮ : ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ଏକ ପୋକ୍ସୋ କୋର୍ଟ କହିଛନ୍ତି ଯେ ନାବାଳିକାର ହାତ ଧରିବା ଓ ତାଙ୍କୁ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ଭାବେ ଗ୍ରହଣ କରାଯିବ ନାହିଁ । ଏହି ମାମଲାରେ କୋର୍ଟ ଜଣେ ୨୮ ବର୍ଷ ବୟସ୍କ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୭ ମସିହାରେ ଏହି ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ପୋକ୍ସୋ କୋର୍ଟରେ ୧୮ ବର୍ଷରୁ କମ୍ ପିଲାମାନଙ୍କ ଉପରେ ଯୌନ ଶୋଷଣ ଅପରାଧର ଶୁଣାଣି ହୋଇଥାଏ। ୨୦୧୨ ରେ କରାଯାଇଥିବା ଏହି ନିୟମ ଅନୁଯାୟୀ, ବିଭିନ୍ନ ଅପରାଧ ପାଇଁ ଭିନ୍ନ ଦଣ୍ଡ ବ୍ୟବସ୍ଥା କରାଯାଇଛି। ୨୦୧୮ ମସିହାରେ ସରକାର ଏହି ଆଇନରେ ବଡ ପରିବର୍ତ୍ତନ କରିଥିଲେ।

କୋର୍ଟ କହିଥିଲେ ଯେ ଅଭିଯୁକ୍ତର ଯୌନ ନିର୍ଯାତନା କରିବାର କୌଣସି ଉଦ୍ଦେଶ୍ୟ ଅଛି ବୋଲି ଦର୍ଶାଇବାକୁ କୌଣସି ପ୍ରମାଣ ନାହିଁ। ଏହି ରାୟ ଘୋଷଣା କରିବାବେଳେ କୋର୍ଟ କହିଛନ୍ତି ଯେ ଏହାର କୌଣସି ପ୍ରମାଣ ନାହିଁ ଯେ ଅଭିଯୁକ୍ତ ଲଗାତାର ତାଙ୍କୁ ଅନୁସରଣ କରିଥିଲା, କୌଣସି ନିର୍ଜନ ସ୍ଥାନକୁ ନେଇଯାଇଥିଲା। କୋର୍ଟ କହିଛନ୍ତି ଯେ ଆମେ ଜାଣିବାକୁ ପାଇଲୁ ଯେ ଅଭିଯୁକ୍ତ ଯୌନ ଉତ୍ପୀଡ଼ନ ଉଦ୍ୟମ କରିଥିବାର ଓକିଲଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ସେଥିପାଇଁ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରାଯାଉଛି।

ଏହା ପ୍ରଥମ ଘଟଣା ନୁହେଁ ଯେଉଁଠାରେ ଶିଶୁର ହାତ ଧରିବା ଯୌନ ଅପରାଧ ଭାବେ ଖାରଜ କରାଯାଇଛି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋକସୋ ଆକ୍ଟର ଧାରା ୮ ଏବଂ ୧୦ ଅନୁଯାୟୀ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିର ଦଣ୍ଡ ରଦ୍ଦ କରିଦେଇଥିଲେ। ଏହି ରାୟ ଘୋଷଣା କରିବାବେଳେ କୋର୍ଟ କହିଥିଲେ ଯେ ପ୍ୟାଣ୍ଟ ଖୋଲି ନାବାଳିକାର ହାତ ଧରିବା ଦ୍ୱାରା ‘ଯୌନ ଉତ୍ପୀଡ଼ନ’ ପରିଭାଷାରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ।

ପୀଡିତାଙ୍କ ମାଆ ଦେଇଥିବା ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା। ଦାବି କରାଯାଇଥିଲା ଯେ ଅଭିଯୁକ୍ତ ତାଙ୍କ ବଡ଼ ଝିଅର ହାତ ଧରି ପ୍ୟାଣ୍ଟ ଖୋଲିବା ସହ ପୀଡିତାଙ୍କୁ ତାଙ୍କ ସହ ଶୋଇବାକୁ କହିଥିଲେ। ତାଙ୍କ ପିତାମାତା ସେହି ସମୟରେ ଘରେ ନଥିଲେ। ଜଷ୍ଟିସ୍ ପୁଷ୍ପା ଗଣେଡିୱାଲା ନିଜ ଫଇସଲାରେ କହିଥିଲେ ଯେ ସ୍କିନ-ଟୁ-ସ୍କିନ ସମ୍ପର୍କ ବିନା ସ୍ପର୍ଶ କରିବା POCSO ଅଧୀନରେ ‘ଯୌନ ଉତ୍ପୀଡ଼ନ’ ହେବ ନାହିଁ।

   Related Posts