ବାବା ମୁରାରୀର ମାରାତ୍ମକ ଖେଳ: ଢେଙ୍କାନାଳ କଳ୍ପତରୁ ଆଶ୍ରମର ଫିଟିବାରେ ଲାଗିଛି ଗୁମର, ହେଲେ ଫେରାର ବାବାକୁ ଧରିବାକୁ ପୋଲିସ କରୁନି ପ୍ରୟାସ

Published By : Prameya-News7 Bureau | January 29, 2019 IST

ଢେଙ୍କାନାଳ ୨୯|୧: ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇ କୋଳିଆସ୍ଥିତ କଳ୍ପତରୁ ଆଶ୍ରମର ମୁଖ୍ୟ ବାବା ମୁରାରିର କଳା କାରନାମା ଫିଟିବାରେ ଲାଗିଛି । ପାଠ ପଢ଼ା ଆଳରେ ଗରିବ ଅସହାୟ ପିଲାଙ୍କୁ ଆଶ୍ରମରେ ରଖାଯାଇଛି । ହେଲେ ସେମାନଙ୍କୁ ସ୍କୁଲ ଛାଡ଼ିବା ବଦଳରେ ଗାଇଗୋରୁ କାମ, ମାଟି ହଣା, ଅଳିଆ ସଫା ଆଦି କାମରେ ଲଗାଯାଉଛି ।

{"id":79557}

ବାବା ମୁରାରିର କଥା ନମାନିଲେ ପରିଣାମ ଭୟଙ୍କର ହୁଏ । ସହିବାକୁ ପଡ଼େ ଅକଥନୀୟ  ଅତ୍ୟାଚାର ।  ଏସବୁର ଏକ୍ସୁକ୍ଲୁସିଭ ଭିଡିଓ ଫୁଟେଜ ଲାଗିଛି ନ୍ୟୁଜ7 ହାତରେ । ତେବେ କଳା କରନାମାର ଫର୍ଦ୍ଦ ଫିଟିବା ପରେ  ବାବା ମୁରାରି ଓଫ ମୁକ୍ତିକାନ୍ତ ପାଣିଗ୍ରାହୀ ଏବେ ଫେରାର ।

{"id":79558,"width":600,"height":386}

ଆଶ୍ରମରେ ରହୁଥିବା ପିଲାମାନେ ଜଣ ଜଣ କରି ବଖାଣୁଛନ୍ତି ବାବାଙ୍କ ନିର୍ଯ୍ୟାତନାର କାହାଣୀ । କୋମଳମତି ପିଲାମାନଙ୍କ କଥା ଶୁଣିଲେ ାପଣଙ୍କ ମନରେ ବି ସୃଷ୍ଟି ହେବ କ୍ରୋଧ  । ଏମାନେ ଢେଙ୍କାନାଳ ସହର ଉପକଣ୍ଠସ କୋଳିଆ ସ୍ଥିତ କଳ୍ପତରୁ ଆଶ୍ରମରେ ରୁହନ୍ତି ।

{"id":79559,"width":600,"height":352}

ଗରିବ, ଅସହାୟ ବୋଲି ଆଶ୍ରମରେ ପାଠ ପଢ଼ିବାକୁ ରହିଛନ୍ତି । ହେଲେ ଯେଉଁ ହାତ କଲମ ଧରିବା କଥା ସେଇ ହାତରେ କୋଦାଳ ଧରି ମାଟି ହାଣିବାକୁ ପଡ଼ୁଛି । ଗାଈ ଗୋରୁ କାମରେ ଲାଗୁଛନ୍ତି ପିଲାଏ । ପାଠ ପଢ଼ା ବୟସରେ ଗୋବର ଉଠାଇବାକୁ ପଡ଼ୁଛି, ଅଳିଆ ବୁହା ଗାଡ଼ି ଠେଲିବାକୁ ପଡ଼ୁଛି । କଅଁଳ ବୟସରେ କଠିନ କାମ ସବୁ କରିବାକୁ ବାଧ୍ୟ ।

{"id":79560,"width":600,"height":363}

ନହେଲେ ଆଶ୍ରମର ବାବା ମୁରାରିର ଅକଥନୀୟ ନିର୍ଯାତନା ସହିବାକୁ ପଡ଼େ । ଏସବୁର ଏକ୍ସକ୍ଲସିଭ ଭିଜୁଆଲ ଏବେ ଲାଗିଛି ନ୍ୟୁଜ 7 ହାତରେ । ଜୀବନ ଭୟରେ  ଆଶ୍ରମରୁ ଗାଏବ ହୋଇଥିବା ଶିଶୁ ଉଦ୍ଧାର ପରେ ସବୁ ଆଶ୍ରମର ଭିତିରି ଗୁମର ପଦାକୁ ଆସିଛି….

{"id":79561,"width":596,"height":402}

ଆଶ୍ରମକୁ ଲାଗି ରହିଥିବା ସ୍କୁଲରେ ପିଲାଙ୍କ ନାଁ  ନାମକୁ ମାତ୍ର ଲେଖିଦିଆଯାଏ । ହେଲେ ଆଶ୍ରମ ଗୋଶାଳାରେ ଥିବା ୬୦ ଗାଈଙ୍କ କାମରେ ଲାଗନ୍ତି । ଷଷ୍ଠ ଶ୍ରେଣୀ ପରେ ପାଠରେ ପୁରା ଡୋରି ବନ୍ଧାହୁଏ । ନାଁ ବି  କାଟି ଦିଆଯାଏ ସ୍କୁଲରୁ। ଗତ ବର୍ଷ ୧୨ରୁ ଉର୍ଦ୍ଧ୍ବ ପିଲା ପାଠ ଛାଡ଼ିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି  ଆଶ୍ରମକୁ ଲାଗିଥିବା ସ୍କୁଲର ପ୍ରଧାନ ଶିକ୍ଷକ ।

{"id":79562,"width":599,"height":364}

ସହର ଉକଣ୍ଠର ଏକ ଆଶ୍ରମରେ କୁନି କୁନି ପିଲାଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା । ହେଲେ ପ୍ରଶାସନ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହିଁକି ଚୁପ୍ ? ସେପଟେ କଳା ଫର୍ଦ୍ଦ ସବୁ ଖୋଲିବା ପରେ ବାବା ମୁରାରି ୬ ଦିନ ହେବ ଫେରାର । ପୋଲିସ କେବଳ ମାମଲା ରୁଜ୍ଜୁ କରି ଚୁପ୍ ବସିପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.