ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ, ବାଇକ୍ ଆରୋହୀଙ୍କ କାମଲାଳସାର ଶିକାର ହେଲା ୭ ବର୍ଷର ବାଳିକା, ଜୟପୁରରେ ଉତ୍ତେଜନା
5/07/2019 at 2:54 PM

ଜୟପୁର: ଜୟପୁର ନିକଟସ୍ଥ ଶାସ୍ତ୍ରୀନଗର ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଛି ଏକ ୭ ବର୍ଷିୟା ନାବାଳିକା। ଗତ ମଙ୍ଗଳବାର ଦିନ ଏକ ପରିତ୍ୟକ୍ତ ସ୍ଥାନରୁ ନାବାଳିକକୁ ଘର ଲୋକ ଉଦ୍ଧାର କରିଥିଲେ। ତାଙ୍କୁ ସ୍ଥାନୀୟ ଜେକେ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ପରୀକ୍ଷା ପରେ କୁନି ଝିଅ ପ୍ରତି ଦୁଷ୍କର୍ମ ହୋଇଥିବା ଡ଼ାକ୍ତର କହିଛନ୍ତି।
ଘଟଣାନୁଯାୟୀ, ସୋମବାର ଦିନ ଝିଅ ଅଚାନକ ନିଖୋଜ ହୋଇଯାଇଥିଲା। ଘର ଲୋକେ ଅନେକ ଖୋଜି ଖୋଜି କରି ପାଇନଥିଲେ। ତେବେ ତା ପରଦିନ ଅର୍ଥାତ ମଙ୍ଗଳବାର ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ପୀଡ଼ିତା ଯାହା କହିଛି ତାହା କୌଣସି ଚଳଚିତ୍ରର କାହାଣୀଠୁ କମ୍ ନୁହେଁ।
ପୋଲିସକୁ ପୀଡିତା ଦେଇଥିବା ସୂଚନା ଅନୁସାରେ ମୋଟର ସାଇକେଲରେ ଆସୁଥିବା ଜଣେ ଲୋକ ତାକୁ ଜବରଦସ୍ତ ଉଠାଇ ନେଇ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିଥିଲା, ତାକୁ ମାଡ଼ ବି ମାରିଥିଲା। ଘଟଣା ଜଣାପଡିବାପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ଏପରି ହୋଇଥିଲା ଯେ ହସ୍ପିଟାଲରେ ପୋଲିସକୁ ମୁତୟନ କରାଯାଇଛି। ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।